କୋଲକାତା: ପୁଣି ଥରେ ଦିଦିଙ୍କ ଟାର୍ଗେଟରେ ମୋଦୀ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କରୋନାର ଦ୍ବିତୀୟ ଲହର ପାଇଁ ସେ ଦାୟୀ ବୋଲି ଆରୋପ ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ଦକସିନ୍ ଦିନାଜପୁର ଜିଲ୍ଲାର ବାଲୁରଘାଟଠାରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ଟିଏମସି ମୁଖ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗ ମୋଦୀଙ୍କ ଡବଲ ଇଞ୍ଜିନ ଦ୍ୱାରା ନୁହେଁ ବରଂ "ବେଙ୍ଗଲ ଇଞ୍ଜିନ ସରକାର" ଦ୍ୱାରା ପରିଚାଳିତ ହେବ। କରୋନାର ଦ୍ୱିତୀୟ ଲହର ଅଧିକ ତୀବ୍ର ଅଟେ। ମୁଁ କହିବି ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ନିର୍ମିତ ଏକ ବିପଦ। ଦେଶରେ ଅମ୍ଳଜାନ ଏବଂ ଟିକାର ଅଭାବ ଥିବା ବେଳେ ଟିକା ଏବଂ ଔଷଧ ବିଦେଶକୁ ପଠାଯାଉଛି ବୋଲି କହିଥିଲେ ମମତା ବାନାର୍ଜୀ।
/sambad/media/post_attachments/40e6aa66a718b16f666c063a7170517b66a759f91dd4ade2ed33296d5ab31dd0.jpeg)
ଏହା ସହ ସେ କହିଥିଲେ ଯେ, ଏହି ନିର୍ବାଚନ ପଶ୍ଚିମବଙ୍ଗକୁ ବଞ୍ଚାଇବା ଏବଂ ପଶ୍ଚିମବଙ୍ଗ ମାଟିର ସମ୍ମାନ ରକ୍ଷା କରିବା ପାଇଁ ଏକ ସଂଗ୍ରାମ।ଆମେ ଗୁଜୁରାଟକୁ ଆମ ରାଜ୍ୟକୁ କବଜା କରିବାକୁ କିମ୍ବା ଦିଲ୍ଲୀରୁ ଚଳାଇବାକୁ ଦେବୁ ନାହିଁ। ପଶ୍ଚିମବଙ୍ଗକୁ ପଶ୍ଚିମବଙ୍ଗ ଶାସନ କରିବ।