ନୂଆଦିଲ୍ଲୀ : ରବିବାର ନିଉଜ୍ ନେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ସାକ୍ଷାତକାରକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇ ଯାଇଛି । ମେଘୁଆ ପାଗ ଏବଂ ଏୟାର ଷ୍ଟ୍ରୋଇକ୍କୁ ନେଇ ମୋଦୀଜୀ ଯେଉଁ ବୟାନ ଦେଇଥିଲେ, ତାହା ତାଙ୍କୁ ସମାଲୋଚନର ଶିକାର କରିଥିଲା । ତେବେ ଏ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରକାରର ଆଲୋଚନା କରୁଥିବା ବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବାଲାକୋଟ ଏୟାର ଷ୍ଟ୍ରାଇକ୍ ସହ ଜଡ଼ିତ ଥିବା ସୂତ୍ର ଅନୁଯାୟୀ, ଏୟାର ଷ୍ଟ୍ରାଇକ୍ କରିବା ଯୋଜନା ବିଷୟରେ କାହାକୁ ଜଣା ନ ଥିଲା । ସେଥିପାଇଁ ଯୋଜନାରେ କୌଣସି ପରିବର୍ତ୍ତନ ବା ଏହାକୁ ବାତିଲ କରାଯିବା ସମ୍ଭବ ନଥିଲା । କେହି ଯେମିତି ଏ ବିଷୟରେ ନ ଜାଣି ପାରନ୍ତି ବା ପାକିସ୍ତାନକୁ ଯେମିତି ଏ ନେଇ ସୂଚନା ନ ମିଳେ ତାହା ଭାରତ ପାଇଁ ବଡ଼ ବିପଦ ଥିଲା । ସେଥିପାଇଁ ଏୟାର ଷ୍ଟ୍ରାଇକ୍କୁ ଧାର୍ଯ୍ୟ ସମୟରେ ହିଁ କରାଯାଇଥିଲା ।
/sambad/media/post_attachments/wp-content/uploads/2019/05/balakot-strike-01_051419025035-300x222.jpg)
ମୋଦୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ଜନୈକ ବରିଷ୍ଠ ସେନା ଅଧିକାରୀ କହିଛନ୍ତି, ଏୟାର ଷ୍ଟ୍ରାଇକ୍ର କିଛି ଦିନ ପୂର୍ବରୁ ମେଘୁଆ ପାଗ କଥା ଉଠିଥିଲା । ଏଥି ପାଇଁ ଏକ୍ସପର୍ଟସମାନେ ଦିନ ବଦଳାଇବାକୁ ମଧ୍ୟ କହିଥିଲେ । କିନ୍ତୁ ଆକ୍ରମଣ ଯୋଜନା ଗୁପ୍ତ ରଖିବା ପାଇଁ ଏହାର ଦିନ ବଦଳା ଯାଇ ନ ଥିଲା ।