ସିଗାରେଟକୁ ନେଇ ଆଜିର ଦିନରେ ଖୋଲିଥିଲା ଏହି ରହସ୍ୟ

ନୂଆଦିଲ୍ଲୀ:  ସିଗାରେଟ ପିଇବା ଦ୍ୱାରା କ୍ୟାନ୍ସର ହୋଇଥାଏ ଏହି କଥା ତ ସମସ୍ତେ ଜାଣିଥିବେ | ସିଗାରେଟ ଖୋଳରେ ଏହି କଥାଟି ଲେଖାଯାଇଥିବାବେଳେ ଖୁବ କମ ଲୋକ ସିଗାରେଟ ଛାଡି଼ବା ଉପରେ ଗୁରୁତ୍ୱ ଦେଇଥାନ୍ତି | କିନ୍ତୁ ଆପଣ ଜାଣନ୍ତି କି ୬୨ ବର୍ଷ ପୂର୍ବେ ଆଜିର ଦିନରେ ହିଁ ସିଗାରେଟର ଅପକାରିତା ବାବଦରେ ଜଣାପଡିଥିଲା |

ବ୍ରିଟେନର ମେଡିକାଲ ରିସର୍ଚ୍ଚ କାଉନ୍ସିଲ ଆଜିର ଦିନରେ ଦୁନିଆକୁ କହିଥିଲା ଯେ ସିଗାରେଟ ଦ୍ୱାରା କ୍ୟାନ୍ସର ହୋଇଥାଏ | ଭାରତରେ ପାଖାପାଖି ୧୨ କୋଟି ଲୋକ ସିଗାରେଟ ଟାଣନ୍ତି | ବ୍ରିଟିଶ ମେଡିକାଲ ରିସର୍ଚ୍ଚ କାଉନ୍ସିଲ ୨୫ ବର୍ଷର ଅଧ୍ୟୟନ ପରେ ଜାଣିବାକୁ ପାଇଥିଲା ଯେ ସିଗାରେଟ ଟାଣିବା ଦ୍ୱାରା ଫୁସଫୁସ ଜନିତ କ୍ୟାନ୍ସର ହୋଇଥାଏ | ସେହି ସମୟରେ ଏହାକୁ ସିଗାରେଟ କମ୍ପାନୀମାନେ ତୀବ୍ର ବିରୋଧ କରିଥିଲେ | ଆଜି ଭାରତରେ ପ୍ରତି ବର୍ଷ ୧୫ ଲକ୍ଷ ଲୋକ କ୍ୟାନ୍ସରରେ ପୀଡି଼ତ ମାମଲା ସାମ୍ନାକୁ ଆସୁଛି |

କ୍ୟାନ୍ସର ବହୁ କାରଣରୁ ହେଉଥିବାବେଳେ କ୍ୟାନ୍ସରରେ ମୃତକଙ୍କ ସଂଖ୍ୟା ସିଗାରେଟ ଓ ଅନ୍ୟ ତମ୍ବାଖୁ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ହୋଇଥାଏ | ଭାରତରେ ପ୍ରତିଦିନ ତମ୍ବାଖୁ ସେବନ ଦ୍ୱାରା ୨୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ | ୨୦୧୮ ମସିହାରେ ୩୭୧୩୦୨ ଜଣ ଲୋକଙ୍କର କ୍ୟାନ୍ସରରେ ମୃତ୍ୟୁ ହୋଇଥିଲା |

ସମ୍ବନ୍ଧିତ ଖବର