ପାଟନା (ବିହାର): ବିହାର ସରକାରଙ୍କ ପରିଚାଳନାଧୀନ ମୁଜାଫରପୁର ସେଲଟର ହୋମ୍ ଦୁଷ୍କର୍ମ ମାମଲା ସଂପ୍ରତି ସାରା ଦେଶକୁ ଚକିତ କରି ରଖି ଦେଇଥିବା ବେଳେ ଏହି ଘଟଣାର ତଦନ୍ତ ଯେତିକି ଆଗଉଛି ପ୍ରତିଦିନ ସେତିକି ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି। ମୁଜାଫରପୁର ଆଇଜି ସୁନୀଲ କୁମାର ଏବଂ ଡିଆଇଜି ଅନୀଲ କୁମାର କ୍ରାଇମ୍ ବ୍ରାଞ୍ଚର ଅନ୍ୟ ଅଧିକାରୀମାନଙ୍କ ସହ ଆଜି ସେଲଟର ହୋମ୍କୁ ଯାଇ ସେଠାରେ ତନ୍ନତନ୍ନ କରି ଯାଞ୍ଚ କରିବା ବେଳେ ସେଠାରେ ଯେଉଁ ଗୁପ୍ତ ସୁଡ଼ଙ୍ଗ ଆବିଷ୍କାର କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରି ରଖିଦେଇଛି।
ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଆଜି ଆଇଜି ଓ ଡିଆଇଜି ମିଳିତ ଭାବେ ସେଲଟର ହୋମ୍ ଭିତରେ ଯାଞ୍ଚ କରୁଥିବା ବେଳେ ଏହି ଗୁପ୍ତ ସୁଡ଼ଙ୍ଗର ସନ୍ଧାନ ପାଇଥିଲେ। ପରେ ଆଇଜି ଓ ଡିଆଇଜି ସେଇ ସୁଡ଼ଙ୍ଗ ମଧ୍ୟରେ ପ୍ରବେଶ କରି ସୁଡ଼ଙ୍ଗ ମଧ୍ୟରେ ପଡ଼ିଥିବା ପାହାଚ ଦେଇ ଯେତେବେଳେ ଆଗେଇ ଗଲେ ସେତେବେଳେ ସେମାନେ ଯାଇ ସେଲଟର ହୋମ୍ ଠାରୁ ଅଦୂରରେ ଥିବା ଏକ ଖବରକାଗଜ କାର୍ଯ୍ୟାଳୟ ପାଖରେ ଥିବା ଦୁଇଟି କଠୋରି ମଧ୍ୟରେ ପହଞ୍ଚିଥିଲେ। ତେବେ, ସେଇ ଦୁଇ କୋଠରିିକୁ ଦେଖିବା ପରେ ଆଇଜି ଓ ଡିଆଇଜିଙ୍କ ହୋସ ଉଡ଼ି ଯାଇଥିଲା। କାରଣ ଗୋଟିଏ କଠୋରିରେ ଖଟ ଉପରେ ଗଦି ତକିଆ ପଡ଼ି କୋଠରିଟି ପୂରା ଚକାଚକ ହୋଇ ରଖିଥିବା ବେଳେ ପାଖ କଠୋରିଟିରେ ବିଭିନ୍ନ କିସମର ଯୌନ ଉଦ୍ଦୀପକ ସାମଗ୍ରୀ ସହ ଗର୍ଭ ନିରୋଧକ ସାମଗ୍ରୀ ସହ ଯୌନ ଉଦ୍ଦୀପକ ଔଷଧ ଓ ନିଦ ଔଷଧ ଏବଂ ଅନ୍ୟାନ୍ୟ ଡାକ୍ତରୀ ଉପକରଣ ଭରପୂର ହୋଇ ରହିଥିଲା।
/sambad/media/post_attachments/wp-content/uploads/2018/07/B3-1.jpg)
ସେଲଟର ହୋମ୍ରେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ଯୁବତୀ ଏହି ଗୁପ୍ତ ସୁଡ଼ଙ୍ଗ ଓ କୋଠରି ସଂପର୍କରେ ପୁଲିସ୍କୁ ସୂଚନା ଦେଇଥିଲେ। ଯୁବତୀ ଜଣକ କହିଥିଲେ ଯେ କେବଳ ମାତ୍ର ସେଲଟର ହୋମ୍ର କର୍ମଚାରୀମାନେ ସେମାନଙ୍କୁ ଦୁଷ୍କର୍ମ କରୁ ନଥିଲେ କି ଯୌନ ନିର୍ଯାତନା ଦେଉ ନଥିଲେ; ଏହି ଘଟଣାରେ ଅନ୍ୟ ବହୁ ବଡ଼ ବଡ଼ ଲୋକମାନେ ମଧ୍ୟ ସାମିଲ ଥିଲେ। ଆଉ ଏହି ଲୋକମାନେ ଆସିବା ମାତ୍ରେ ସେଲଟର ହୋମ୍ର କର୍ମଚାରୀମାନେ ସେମାନଙ୍କୁ ସେଇ କୋଠରୀକୁ ନେଇ ଯାଉଥିଲେ ଓ ପରେ ସେଲଟର ହୋମ୍ରୁ ଯୁବତୀମାନଙ୍କୁ ସେଇ ସୁଡ଼ଙ୍ଗ ବାଟେ ନେଇ କୋଠରି ମଧ୍ୟରେ ଛାଡ଼ି ଦେଇ ଆସୁଥିଲେ।
/sambad/media/post_attachments/wp-content/uploads/2018/07/B2-5.jpg)
ସେଇ କୋଠରିରୁ ଜବତ ହୋଇଥିବା ଗଦି, ଚଦର ଓ ତକିଆର ଫୋରେନ୍ସିକ ଯାଞ୍ଚ କରାଯିବା ପରେ ସେଇ ଗଦି ଓ ଚଦର ଉପରେ ଏକାଧିକ ଦୁଷ୍କର୍ମ ହୋଇଥିବାର ପ୍ରମାଣ ମିଳିଥିବା ପୁଲିସ୍ କହିଛି। ଏହି ସେଲଟର ହୋମ୍ର ୪୪ ଜଣ ଅନ୍ତେବାସିନୀଙ୍କ ମଧ୍ୟରୁ ୩୪ ଜଣ ଦୁଷ୍କର୍ମ ଓ ଯୌନ ନିର୍ଯାତନାର ଶିକାର ହୋଇଥିବା ସଂପର୍କରେ ଡାକ୍ତରୀ ପ୍ରମାଣ ମିଳି ସାରିଥିବା କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଏହି ଜଘନ୍ୟ ଓ ସମ୍ବେଦନଶୀଳ ଘଟଣାର ସିବିଆଇ ତଦନ୍ତ ପାଇଁ ବିହାର ସରକାର ନିର୍ଦ୍ଦେଶ ସାରିଥିଲେ ମଧ୍ୟ ସିବିଆଇ ଏଯାବତ୍ ଏହି ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରି ନାହିଁ। ଫଳରେ ଏବେବି ଏହି ମାମଲାର ତଦନ୍ତ ବିହାର ପୁଲିସ୍ ଓ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଚାଲିଛି। ସିବିଆଇ ଏହି ମାମଲାର ତଦନ୍ତ ଭାର ଗ୍ରହଣ କଲେ ଏହି ଜଘନ୍ୟ ଘଟଣା ପଛରେ ରହିଥିବା ଆହୁରି ଅନେକ ନୂଆ ନୂଆ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/B1-5.jpg)