ଜେରୁଜେଲମ/ଲଣ୍ଡନ: ଗାଜାରେ ସ୍ଥଳ ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ଇସ୍ରାଏଲର ସେନାକୁ ଯାହା ଚିନ୍ତାରେ ପକାଇ ଦେଉଛି; ତାହା ହେଉଛି ଗାଜାରେ ଥିବା ଶହ ଶହ କିଲୋମିଟର ଲମ୍ବ ଏବଂ ୮୦ ମିଟର ଗଭୀର ଭୂ-ତଳ ହମାସ ଟନେଲ ନେଟୱାର୍କ।

Advertisment

ପଶ୍ଚିମ ଓ ମଧ୍ୟପ୍ରାଚ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାଲେଷ୍ଟାଇନ ଇସଲାମିକ ସଂଗଠନର ୩୬୦ ବର୍ଗ କିଲୋମିଟର ଉପକୂଳ ଓ ଏହାର ସୀମା ତଳେ ବିଭିନ୍ନ ପ୍ରକାରର ସୁଡ଼ଙ୍ଗ ରହିଛି, ଯେଉଁଥିରେ ଆକ୍ରମଣ, ଚୋରା ଚାଲାଣ, ସଂରକ୍ଷଣ ଏବଂ ଅପରେସନ୍‌ ପାଇଁ ଅସ୍ତ୍ରଶସ୍ତ୍ର ଭରପୂର ହୋଇରହିଛି।

publive-image

ଖାସ୍‌ ଏଇ କାରଣ ପାଇଁ ଇସ୍ରାଏଲର ସ୍ୱତନ୍ତ୍ର ବାହିନୀକୁ ହମାସ ଆତଙ୍କବାଦୀଙ୍କ ସହ ଲଢ଼ିବା ଲାଗି ଅଭୂତପୂର୍ବ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ବିଶ୍ୱାସ କରୁଛି ଏବଂ ଭୂମି ତଳେ ଥିବା ବନ୍ଦୀମାନଙ୍କୁ ହତ୍ୟା ନ କରିବାକୁ ଚେଷ୍ଟା କରିବ ବୋଲି ଆମେରିକାର ଜଣେ ଅଧିକାରୀ କହିଛନ୍ତି।

ଆମେରିକାର ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ୍‌ କହିଛନ୍ତି ଯେ ଇସ୍ଲାମିକ୍‌ ଷ୍ଟେଟ୍‌ ଠାରୁ ମୋସୁଲ ସହରକୁ ପୁନର୍ବାର ଅକ୍ତିଆର କରିବା ପାଇଁ ଇରାକର ୯ ମାସର ଲଢ଼େଇ ଠାରୁ ଇସ୍ରାଏଲବାସୀଙ୍କ ଲଢ଼େଇ ଅପେକ୍ଷାକୃତ ସହଜ ସାବ୍ୟସ୍ତ ହୋଇପାରେ। ଅନ୍ୟପକ୍ଷରେ ଇସ୍ରାଏଲ ସୁରକ୍ଷା ବାହିନୀ ସୂତ୍ରରୁ ପ୍ରକାଶ ଯେ ଗାଜାରେ ଆକାଶମାର୍ଗରୁ ଇସ୍ରାଏଲର ପ୍ରବଳ ବୋମାମାଡ଼ ଯୋଗୁଁ ସୁଡ଼ଙ୍ଗ ଭିତ୍ତିଭୂମିରେ ସାମାନ୍ୟ କ୍ଷୟକ୍ଷତି ହୋଇଛି।

publive-image

ଯଦିଓ ଇସ୍ରାଏଲ ଗାଜାରେ ସୁଡ଼ଙ୍ଗ ଚିହ୍ନଟ ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରିଛି; ତଥାପି ହମାସର ବାହ୍ୟ ଦୁନିଆ ପାଇଁ କାର୍ଯ୍ୟକ୍ଷମ ସୁଡ଼ଙ୍ଗ ଅଛି ବୋଲି ବିଶ୍ୱାସ କରାଯାଉଛି। ଗାଜାରେ ହମାସର ନେତା ୟେହୟା ଅଲ-ସିନ୍‌ୱାର କହିଛନ୍ତି, ‘ସେମାନେ କହୁଛନ୍ତି ଯେ ସେମାନେ ୧୦୦ କିଲୋମିଟର ହମାସ ସୁଡ଼ଙ୍ଗ ନଷ୍ଟ କରିଛନ୍ତି। ମୁଁ ଆପଣମାନଙ୍କୁ କହୁଛି, ଗାଜା ଷ୍ଟ୍ରିପ୍‌ରେ ଥିବା ସୁଡ଼ଙ୍ଗଗୁଡ଼ିକ ୫୦୦ କିଲୋମିଟରରୁ ଅଧିକ...।’