ଏନ୍‌ଆଇଏ ଚଢ଼ଉ କରି ୩୦ରୁ ଅଧିକ ପିଏଫ୍‌ଆଇ ସଦସ୍ୟଙ୍କୁ ଅଟକ ରଖିବା ପରେ ଜାମିଆ ନଗରରେ ଲାଗିଲା ୧୪୪ ଧାରା

ନୂଆଦିଲ୍ଳୀ: ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି(ଏନ୍‌ଆଇଏ) ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ମିଳିତ ଭାବେ ଇସଲାମିକ ଚରମପନ୍ଥୀ ସଂଗଠନ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ବିରୋଧରେ ଦ୍ବିତୀୟ ଚଢ଼ାଉ ଆରମ୍ଭ କରିଛନ୍ତି। ଆସାମର ୮ଟି ଜିଲ୍ଳାରୁ ୨୧ ଜଣ ପିଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରିଛି ରାଜ୍ୟ ପୁଲିସ୍‌।

ସେହିପରି ମହାରାଷ୍ଟ୍ର ପୁଲିସ୍‌ ୬ ଜଣ ପିଏଫ୍‌ଆଇ ସଦସ୍ୟଙ୍କୁ ଅଟକ ରଖିଛି। ଦିଲ୍ଲୀରେ ବି ଏହି ଚଢ଼ଉ ଜାରି ରହିଥିବା ବେଳେ ଦିଲ୍ଲୀ ପୁଲିସ୍‌ ଏବେ ସୁଦ୍ଧା ୩୦ ଜଣ ପିଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରି ସାରିଲାଣି। ଲକ୍ଷ୍ନୌରେ ୧୦ ଜଣ ପିଏଫ୍‌ଆଇ ସଦସ୍ୟଙ୍କୁ ଅଟକ ରଖିଛି ପୁଲିସ୍‌।

ଏଟିଏସ୍‌ ମଧ୍ୟପ୍ରଦେଶର ୨୧ ଜଣ ପିଏଫ୍‌ଆଇ ସଦସ୍ୟଙ୍କୁ ଅଟକ ରଖିଥିବା ସୂଚନା ରହିଛି। ସେହିପରି ଆସାମ ପୁଲିସ୍‌ ପୁଣି ୪ ଜଣ ପିଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରିଛି। ସେହିପରି ଥାନେରୁ ବି ୪ ଜଣଙ୍କୁ ଗିରଫ କରାଯାଇଛି। ଆଜି ୮ଟି ରାଜ୍ୟରେ ଚଢ଼ଉ ହେବା ପରେ ପ୍ରାୟ ୧୭୦ ଜଣରୁ ଅଧିକ ପିଏଫ୍‌ଆଇ ସଦସ୍ୟ ଅଟକ ରହିଛନ୍ତି। ଏଏନ୍‌ଆଇ ପ୍ରାୟ ୩୦ ଜଣରୁ ଅଧିକ ପିଏଫ୍‌ଆଇ ସଦସ୍ୟଙ୍କକୁ ଗିରଫ କରିବା ପରେ ଦିଲ୍ଲୀର ଜାମିଆ ନଗରରେ ୧୪୪ ଧାରା ଲାଗୁ ହୋଇଛି। ଏନ୍‌ଆଇଏ ପିଏଫ୍‌ଆଇ ବିରୋଧରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ଏହାର ନାମ ରଖାଯାଇଛି ଅପରେସନ୍ ଅକ୍ଟେପସ୍‌ ୨.୦।

 

ପ୍ରଥମ ରାଉଣ୍ଡ୍‌ ଚଢ଼ଉରେ ଏନ୍‌ଆଇଏ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସୂଚନା ହାତେଇଥିଲା। ଏନ୍‌ଆଇଏ ନେତୃତ୍ବରେ ପୁଲିସ୍‌ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ମଧ୍ୟ ଏହି ଚଢ଼ାଉରେ ସାମିଲ୍‌ ‌ହୋଇଛନ୍ତି।ଇସଲାମିକ ଚରମପନ୍ଥୀ ସଂଗଠନ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ବିରୋଧରେ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କେରଳରେ ଗତ ଶୁକ୍ରବାର ଆନ୍ଦୋଳନ ହୋଇଥିଲା।

ସମ୍ବନ୍ଧିତ ଖବର