ସିଆର୍‌ପିସି ର ଧାରା ୪୧-କ: ଅନୁପାଳନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଓଡ଼ିଶା ସମେତ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଏବଂ ସିବିଆଇକୁ ଦୁଇ ସପ୍ତାହ ମଧ୍ୟରେ ସତିନ୍ଦର କୁମାର ଅନ୍ତିଲ ବନାମ ସିବିଆଇ ମାମଲାର ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କ ଦ୍ବାରା ଅନୁପାଳନ ରିପୋର୍ଟ ଦାଖଲ କରାନଯିବା କାରଣରୁ ସମ୍ବନ୍ଧିତ ରାଜ୍ୟର ଗୃହ ସଚିବଙ୍କୁ ଭର୍ଚୁଆଲ ମାଧ୍ୟମରେ ବ୍ୟକ୍ତିଗତ ହାଜର ହେବାକୁ ପଡ଼ିବ ବୋଲି ‌‌ସର୍ବୋଚ୍ଚ ନ୍ୟାୟାଳୟ ଆଦେଶରେ କହିଛନ୍ତି।

ସତିନ୍ଦର କୁମାର ଅନ୍ତିଲ ମାମଲାରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ସଂଜୟ କିଷନ କୌଲ ଏବଂ ବିଚାରପତି ଜଷ୍ଟିସ ଏ.ଏସ୍‌ ଓକାଙ୍କ ଖଣ୍ଡପୀଠ ଗିରଫ ସମୟରେ ସିଆର୍‌ପିସି ଧାରା ୪୧ ଓ ୪୧-(କ)ର ପାଳନ କରାନଗଲେ ଆରୋପୀକୁ ଜାମିନ ମିଳିବ ବୋଲି ଆଦେଶରେ କହିଥିଲେ। ଏଥି ସହିତ ସୁପ୍ରିମକୋର୍ଟ ଜାମିନ ପ୍ରକ୍ରିୟାକୁ ସରଳ କରିବା ପାଇଁ ବିସ୍ତୃତ ମାର୍ଗଦର୍ଶିକା ମଧ୍ୟ ଜାରି କରିଥିଲେ। ଏହି ମାମଲାରେ କୋର୍ଟ ନିଯୁକ୍ତ ଆମିକସ୍‌ କ୍ୟୁରି ସିଦ୍ଧାର୍ଥ ଲୁଥ୍ରା ଖଣ୍ଡପୀଠଙ୍କୁ ଅବଗତ କରି କହିଥିଲେ ଯେ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ କୋର୍ଟଙ୍କ ଆଦେଶ ଅନୁପାଳନ ସଂପର୍କିତ ଷ୍ଟାଟସ ରିପୋର୍ଟ ଦାଖଲ କରିନାହାନ୍ତି। ଏହି ମାମଲାରେ ସିବିଆଇ ମଧ୍ୟ ଅନୁପାଳନ ରିପୋର୍ଟ ଦାଖଲ କରିନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ ୨୧ ରେ ହେବ ବୋଲି ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର