ଇସ୍ଲାମାବାଦ : ପାକିସ୍ତାନ ସାମରିକ ବିଭାଗ ଓ ସରକାର ମଧ୍ୟରେ ବଡ଼ ଧରଣର ଫାଟ ସାମ୍ନାକୁ ଆସିଛି। ଆଜି ସଂସଦକୁ ସୁରକ୍ଷା ଦେଉଥିବା ସୁରକ୍ଷା କର୍ମୀଙ୍କୁ ଅଚାନକ ପ୍ରତ୍ୟାହାର କରାଯାଇଥିବା ବେଳେ ସେନା ଏ ବାବଦରେ ସରକାରଙ୍କୁ କୌଣସି ସଫେଇ ଦେବାକୁ ମନା କରିଦେଇଛି। ପାକିସ୍ତାନର ଅର୍ଦ୍ଧସାମରିକ ବାହିନୀ ଗୃହମନ୍ତ୍ରୀ ଅସହନ୍ ଇକ୍ବାଲଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ଏହି ନିଷ୍ପତ୍ତି ନେଇଥିବାରୁ ସଙ୍କଟ ଜଟିଳ ହୋଇଛି। ଇକ୍ବାଲ ଏ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇ ତାଙ୍କ ଉଦ୍୍ବେଗ ଜାହିର କରିଛନ୍ତି। ଆମେରିକା ତା’ର ପାକିସ୍ତାନ ନୀତିରେ ବଡ଼ ଧରଣର ପରିବର୍ତ୍ତନ ଘୋଷଣା କରିବା ସହ ପାକିସ୍ତାନକୁ ଚେତାବନୀ ଦେଇ ଚାଲିଥିବା ବେଳେ ସେନା ଓ ସରକାରଙ୍କ ମଧ୍ୟରେ ବଡ଼ ଧରଣର ଫାଟ ଆଗକୁ ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି । ଏହାକୁ ନେଇ ଆଜି ଇସଲାମାବାଦରେ ବଡ଼ ଧରଣର ଦ୍ୱନ୍ଦ୍ୱ ଦେଖିବାକୁ ମିଳୁଛି। ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକରୁ ସରକାରଙ୍କ ବିନା ଅନୁମୋଦନରେ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯିବା ସେନାର ଏକଚାଟିଆ କାରବାରକୁ ଦର୍ଶାଉଛି ବୋଲି ବହୁ ନେତା କହିଛନ୍ତି। ଆଜି ଗୃହମନ୍ତ୍ରୀଙ୍କୁ ସୁରକ୍ଷା ବାହିନୀ ଏକ ଅଦାଲତ ଭିତରେ ମଧ୍ୟ ପ୍ରବେଶ କରିବାକୁ ଛାଡ଼ିନଥିଲେ। ନଓ୍ଵାଜ ସରିଫ୍ କୋର୍ଟ ନିର୍ଦ୍ଦେଶକ୍ରମେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପରେ ସେନା ତା’ର ରଣନୀତି ବଦଳାଇବାରେ ଲାଗିଛି।
ପାକ୍ ସଂସଦରୁ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର
/sambad/media/post_attachments/wp-content/uploads/2017/10/parliament.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)