ସେଲଫି ନିଶା ! ପ୍ରିୟଙ୍କାଙ୍କ ସୁରକ୍ଷା ବଳୟ ଭେଦ କରି ମାଡିଆସିଲା କଳା ସ୍କର୍ପିଓ

ନୂଆଦିଲ୍ଲୀ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନିରାପତ୍ତା ଘେରା ଭାଙ୍ଗି ଏକ କାର ତାଙ୍କ ଘର ନିକଟକୁ ପଶିଆସିଥିଲା । ଗତ ନଭେମ୍ବର ୨୬ ଅପରାହ୍ଣ ୨ଟାରେ ଏହି ଘଟଣା ଘଟିଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ୨୬ ତାରିଖ ଅପରାହ୍ଣ ୨ଟା ବେଳେ ୬ ଜଣ ବ୍ୟକ୍ତି ଥିବା ଏକ କଳାରଙ୍ଗର ସ୍କର୍ପିଓ ହଠାତ ପ୍ରିୟଙ୍କାଙ୍କ ଲୋଧୀରୋଡ ସ୍ଥିତ ବାସଭବନକୁ ପସିଆସିଥିଲା । ଏହି ୬ ଜଣଙ୍କ ମଧ୍ୟରୁ ୨ ପୁରୁଷ, ୩ ମହିଳା ଓ ଜଣେ ଶିଶୁ ଥିବା ଜଣାପଡିଛି । ପ୍ରିୟଙ୍କାଙ୍କ ସୁରକ୍ଷାକର୍ମୀ ସେମାନଙ୍କ ନିକଟକୁ ଆସି ପଚାରିବା ପରେ ସେଲ୍ଫି ନେବା ପାଇଁ ଆସିଥିବା ସେମାନେ କହିଥିଲେ । ଏ ନେଇ ପ୍ରିୟଙ୍କାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ) ନିକଟରେ ଏକ ଅଭିଯୋଗ ଦାଏର କରାଯାଇଛି ।

ଅନ୍ୟପକ୍ଷରେ ଏ ସଂପର୍କରେ ରିପୋର୍ଟ ମଗାଯାଇଥିବା କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଏହି ପ୍ରସଙ୍ଗକୁ ଏସପିଜି ପ୍ରତ୍ୟାହାର ସହିତ ଯୋଡିଛି । ଏସପିଜି ପ୍ରତ୍ୟାହାର ପରେ ଗାନ୍ଧିପରିବାର ସୁରକ୍ଷା ବିପନ୍ନ ହୋଇଛି ବୋଲି କଂଗ୍ରେସ କହିଛି । ଗତ ମାସରେ କେନ୍ଦ୍ର ସରକାର ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିନେଇଥିଲେ ।

ସମ୍ବନ୍ଧିତ ଖବର