ସୁରକ୍ଷା ବଳୟ ଭେଦକରି ଅଜ୍ଞାତ ଯୁବକ ପ୍ରିୟଙ୍କାଙ୍କୁ ସେଲ୍‌ଫି ମାଗିବା ଘଟଣା: ଯାଞ୍ଚ ଆଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏସ୍‌ପିଜି ସୁରକ୍ଷା ବଳୟ ହଟିବା ପରେ କଂଗ୍ରେସର ସାଧାରଣ ସଂପାଦିକା ତଥା ସୋନିଆ ଗାନ୍ଧୀଙ୍କ କନ୍ୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଘରେ ଜଣେ ଅଜ୍ଞାତ ଯୁବକ ପ୍ରବେଶ କରି ତାଙ୍କ ସହ ସେଲ୍‌ଫି ମାଗିବା ଘଟଣାକୁ କେନ୍ଦ୍ରକରି ରାଜନୈତିକ ହଟଚମଟ ସୃଷ୍ଟି ହେବା ପରେ କେନ୍ଦ୍ରର ମୋଦୀ ସରକାର ଆଜି ଏହି ଘଟଣାର ବିଧିବଦ୍ଧ ଯାଞ୍ଚ ଆଦେଶ ଦେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିିତ ଶାହା କହିଛନ୍ତି ‌େଯ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ; ତେବେ ଏସପିଜି ସୁରକ୍ଷା ବଳୟକୁ କାହରିକି ନିଜର ‘ଷ୍ଟାଟସ ସିମ୍ବଲ’ ଭାବେ ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ସେ ଏହି ଅବସରରେ ସ୍ପଷ୍ଟ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଦୁହିତା ତଥା କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୂର୍ବରୁ ମିଳୁଥିବା ଜେଡ୍‌ ପ୍ଲସ୍‌ ଏସ୍‌ପିଜି ସୁରକ୍ଷା ବଳୟକୁ କେନ୍ଦ୍ରର ମୋଦୀ-୨ ସରକାର ହଟାଇ ନେବାପରେ ଗତ ସପ୍ତାହରେ ତାଙ୍କ ସହ ଏକ ଅଘଟଣ ଘଟିଥିଲା। ଏସ୍‌ପିଜି ସୁରକ୍ଷା ବଳୟ ପରିବର୍ତ୍ତେ ତାଙ୍କୁ ମିଳିଥିବା ସିଆର୍‌ପିଏଫ୍‌ ସୁରକ୍ଷାକୁ ବଳୟକୁ ଭେଦ କରି କେହି ଜଣେ ଅଜ୍ଞାତ ଯୁବକ ତାଙ୍କ ଘର ମଧ୍ୟକୁ ପ୍ରବେଶ ପୂର୍ବକ ତାଙ୍କ ସହ ସେଲଫି ନେବା ପାଇଁ ଦାବୀ କରିବା ଘଟଣାକୁ କେନ୍ଦ୍ର କରି ଦେଶବ୍ୟାପି ରାଜନୈତିକ ହଟଚମଟ ଆରମ୍ଭ ହୋଇଥିଲା।

ANI

ହସ୍ତଗତ ହୋଇଥିବା ରିପୋର୍ଟରୁୁ ଜାଣିବାକୁ ମିଳିଥିଲା ଯେ, ଗତ ୨୬ ତାରିଖ ଦିନ କେହି ଜଣେ ଅଜ୍ଞାତ ଯୁବକ ତାଙ୍କୁ ମିଳିଥିବା ସିଆର୍‌ପିଏଫ୍‌ ସୁରକ୍ଷାକୁ ବଳୟକୁ ଭେଦ କରି ଯାଇ ତାଙ୍କ ଲୋଧି ଇଷ୍ଟେଟ ସ୍ଥିତ ସରକାରୀ ବାସଭବନ ମଧ୍ୟକୁ ପ୍ରବେଶ କରିବା ସହ ତାଙ୍କ ସହ ସେଲଫି ନେବାକୁ ଅଡ଼ି ବସିଥିଲା। ଆଜି ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଏହ‌ାକୁ କେନ୍ଦ୍ରକରି ଦେଶବ୍ୟ‌ାପି ରାଜନୈତିକ ହଟଚମଟ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର