ସୁରକ୍ଷା ଚିନ୍ତା: ଶ୍ରୀଲଙ୍କାରେ ବୁର୍ଖା ନିଷିଦ୍ଧ ହେବ, ହଜାରେ ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନ ବି ବନ୍ଦ ହେବ

କଲମ୍ବୋ: ମୁସଲିମ୍‌ ମହିଳାମାନେ ନିଜ ମୁହଁ ଲୁଚାଇବା ପାଇଁ ପରିଧାନ କରୁଥିବା ବୁର୍ଖାକୁ ଦେଶର ସୁରକ୍ଷା ଦୃଷ୍ଟିରୁ ଶ୍ରୀଲଙ୍କା ସରକାର ନିଷିଦ୍ଧ କରିବେ ବୋଲି କହିଛନ୍ତି। ସେହିପରି ଦେଶରେ ଥିବା ହଜାରେରୁ ଅଧିକ ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନ(ମଦ୍ରାସା)କୁ ମଧ୍ୟ ବନ୍ଦ କରାଯିବ ବୋଲି ଶ୍ରୀଲଙ୍କାର ସର୍ବସାଧାରଣ ସୁରକ୍ଷା ମନ୍ତ୍ରୀ ଶରତ ବୀରଶେଖରା କହିଛନ୍ତି। ତାଙ୍କ ସମୟରେ(ପିଲା ବେଳେ) ଦେଶରେ କୌଣସି ମୁସଲିମ୍‌ ମହିଳା କି ଯୁବତୀ ଏପରି ବୁର୍ଖା ପିନ୍ଧୁନଥିବା ବେଳେ ଏହି ପ୍ରଥା ଏବେ କଠୋର ଧାର୍ମିକ ପ୍ରଥା ଭାବେ ଉଭା ହୋଇଛି। ତେବେ ଜାତୀୟ ସୁରକ୍ଷା କାରଣରୁ ତାହାକୁ ତୁରନ୍ତ ନିଷିଦ୍ଧ କରିବାକୁ କ୍ୟାବିନେଟ ମଞ୍ଜୁର କରିଛି ବୋଲି ବୀରଶେଖରା କହିଛନ୍ତି। ସେହିପରି ଦେଶରେ ଯିଏ ଯେଉଁଠି ଯାହା ଚାହିଲା ତାହା ପିଲାଙ୍କୁ ପଢ଼ାଇପାରିବନି ବୋଲି ସେ କହିଛନ୍ତି। ତେଣୁ ଜାତୀୟ ଶିକ୍ଷା ନୀତି ଆଧାରରେ ମଦ୍ରାସାଗୁଡ଼ିକୁ ମଧ୍ୟ ବନ୍ଦ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର