ଅମରନାଥ ଯାତ୍ରା ନିରାପତ୍ତା ବଢ଼ିଲା: ଯାତ୍ରୀମାନଙ୍କ ପାଇଁ ବାର୍‌କୋଡ୍‌ ସ୍ଲିପ୍‌, ଯାନବାହନରେ ଅଧିକ ଆର୍‌ଏଫ୍‌ଆଇଡି ଟ୍ୟାଗ୍‌

0

ଜମ୍ମୁ: ଅମରନାଥ ଯାତ୍ରା ସମୟରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସଂକ୍ରାନ୍ତରେ ସତର୍କ ସୂଚନା ଦୃଷ୍ଟିରୁ ସରକାର ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦେଇଛନ୍ତି। ଜୁଲାଇ ପହିଲାରୁ ଆରମ୍ଭ ହେବ ବାର୍ଷିକ ଅମରନାଥ ଯାତ୍ରା।

ପବିତ୍ର ଗୁମ୍ଫାକୁ ଯାତ୍ରା କରୁଥିବା ଓ ଫେରୁଥିବା ଯାତ୍ରୀମାନଙ୍କ ଉପରେ ଟ୍ରାକ୍‌ ରଖିବାକୁ ଯାତ୍ରୀମାନଙ୍କୁ ‘ବାର୍‌କୋଡ୍‌’ ସ୍ଲିପ୍‌ ଦେବା ପାଇଁ ନିରାପତ୍ତା ଏଜେନ୍‌ସି ସ୍ଥିର କରିଛନ୍ତି।

ଅଧିକ ଜାଗ୍ରତ ରହି ଯାତ୍ରୀମାନଙ୍କ ସମ୍ପୂର୍ଣ୍ଣ ନିରାପତ୍ତା ଉପରେ ଦୃଷ୍ଟି ଦେବାକୁ ସିଆର୍‌ପିଏଫ୍‌ ସମେତ ପାରାମିଲିଟାରି ଫୋର୍ସଙ୍କୁ ନିର୍ଦେଶ ଦେଇଛନ୍ତି।
ଏଥର ଅମରନାଥ ଯାତ୍ରରେ ଯାତ୍ରୀ ପରିବହନ କରୁଥିବା ଯାନବାହାନ ଏବଂ ଅନ୍ୟ ବେସାମରିକ ଯାନଗୁଡ଼ିକରେ ଅଧିକ ସଂଖ୍ୟକ ଉନ୍ନିତ ଆର୍‌ଏଫ୍‌ଆଇଡିର (ରେଡିଓ-ଫ୍ରିକ୍ୱେନ୍‌ସି ଆଇଡେଣ୍ଟିଫିକେସନ୍‌ ବ୍ୟବହାର କରାଯିବ।

Image Source: Times of India

ଏହାଛଡ଼ା ଏହି ୪୬ ଦିନିଆ ଯାତ୍ରା ପାଇର୍ ଦୁଇଟି ରାସ୍ତାରେ ୪୦ ହଜାର ସେଣ୍ଟ୍ରାଲ୍‌ ପାରାମିଲିଟାରି ଏବଂ ରାଜ୍ୟ ପୁଲିସ କର୍ମଚାରୀ ନିୟୋଜିତ ହେବେ। ଯାତ୍ରା ପାଇଁ ପାରମ୍ପରିକ ରାସ୍ତା ରହିଛି ଅନନ୍ତନାଗ ଜିଲ୍ଲାର ପାହାଲଗାମ ଠାରେ ଏବଂ ଅନ୍ୟଟି ରହିଛି ଗନ୍ଦେରବାଲ ଜିଲ୍ଲାର ବାଲତଲ୍‌ ଠାରେ।

ଅଗଷ୍ଟ ୧୫ ତାରିଖ ରକ୍ଷାବନ୍ଧନ ଦିନ ଏହି ବାର୍ଷିକ ଯାତ୍ରା ସମାପନ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.