କଶ୍ମୀରରେ ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନାର ‘ଡବଲ ଆଟାକ’, ଶ୍ରୀନଗର-ଶୋପିଆନରେ ୪ଆତଙ୍କବାଦୀ ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀରରେ ସୁରକ୍ଷା ବାହିନୀ ରବିବାର ଦୁଇଟି ପୃଥକ ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ପ୍ରଥମେ ସୁରକ୍ଷା ବାହିନୀ ଶୋପିଆନ୍ ଜିଲ୍ଲାରେ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏହା ପରେ ଶ୍ରୀନଗରର ଜାଦିବଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା ବାହିନୀ ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡିଛି।

ସୂଚନା ମୁତାବକ,  ପ୍ରଥମେ କଶ୍ମୀରର ଶୋପିଆନ୍ ଜିଲ୍ଲାର ସେନାବାହିନୀ ଲାକିରପୁର ଅଞ୍ଚଳରେ ଏକ ଆତଙ୍କବାଦୀକୁ ଗୁଳି କରି ହତ୍ୟା କରିଥିଲେ। ହତ୍ୟା ପରେ ମୃତ ଆତଙ୍କବାଦୀ ପାଖରୁ ଏକେ-୪୭ ରାଇଫଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଥିଲା।

hindustantimes

ଏହା ପରେ ସ୍ଥାନୀୟ ପୁଲିସ ଏବଂ ସୁରକ୍ଷା ବାହିନୀକୁ ୩ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ଶ୍ରୀନଗରର ଜାଦିବଲ ଅଞ୍ଚଳରେ ଚଢ଼ାଉ କରା ଯାଇଥିଲା | ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହେବା ସହ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖାଯାଇଥିଲା | କିଛି ସମୟ ମଧ୍ୟରେ ୩ଜଣ ଆତଙ୍କବାଦୀଙ୍କ ପତ୍ତା ମିଳିବା ସହ ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ କୁହାଯାଇଥିଲା | କିନ୍ତୁ ସେମାନେ ଆତ୍ମସମର୍ପଣ କରିବା ପାଇଁ ରାଜି ନହେବାରୁ ଭାରତୀୟ ସେନା ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି ଏବଂ ସର୍ଚ୍ଚ ଅପରେସନକୁ ଶେଷ କରାଯାଇଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର