ଶ୍ରୀନଗର: ଉତ୍ତର କଶ୍ମୀରର ବାରମୁଳା ଜିଲ୍ଲାର ଉରି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଷଡଯନ୍ତ୍ରକୁ ସୁରକ୍ଷା ବାହିନୀ ପଣ୍ଡ କରିଛନ୍ତି। ସୂଚନାନୁସାରେ, ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପ ବିଷୟରେ ଲାଇନ୍ ଅଫ୍ କଣ୍ଟ୍ରୋଲରେ ଇନପୁଟ୍ ରହିଥିଲା, ଯାହା ଉପରେ ଆଧାର କରି ସେନା ଏଲଓସି ନିକଟରେ ଅନେକ ସ୍ଥାନରେ ଅବରୋଧ କରିଥିଲେ।
ସୀମାରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ସୁରକ୍ଷାବାହିନୀଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା ହେବା ମାତ୍ରେ ଆତଙ୍କବାଦୀମାନେ ପଛଘୁଞ୍ଚା ଦେଇଥିଲେ।
ଅଧିକାରୀ କହିଛନ୍ତି ଯେ ଗୋହଲାନ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଛି। ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଛନ୍ତି।
OP BAJRANG, URI #Baramulla
— Chinar Corps🍁 - Indian Army (@ChinarcorpsIA) June 22, 2024
Based on specific intelligence inputs, an anti infiltration Operation was launched in the Uri Sector. Contact was established with infiltrating terrorists and Operations are in progress.#Kashmir@NorthernComd_IA@adgpipic.twitter.com/OU3L0VFWFu
ଉରି ନିକଟରେ ଜଣେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିବା ନେଇ ସେନା ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଆତଙ୍କବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ଉପଲବ୍ଧ ହୋଇ ପାରିନାହିଁ। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଚିହ୍ନଟ କରିବା କାର୍ଯ୍ୟ ଜାରି ରଖିଛନ୍ତି।
ଏହାପୂର୍ବରୁ ଜୁନ୍ ୨୧ ବୁଧବାର ଦିନ ବାରମୁଳାରେ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀଙ୍କ ଦ୍ୱାରା ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ସହିତ ଜଡିତ ଥିଲେ।