ଗାନ୍ଧୀନଗର: ରାତି ପାହିଲେ ରାମ ନବମୀ । ଏଥିପାଇଁ ସରିଛି ସବୁ ପ୍ରସ୍ତୁତି । ଏପଟେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରଟ ସହରରେ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି ଏବଂ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
#WATCH | Gujarat | Security heightened in Surat ahead of the Ram Navami celebrations; flag march being conducted by the security personnel in several areas pic.twitter.com/norWsd66Eg
— ANI (@ANI) April 5, 2025
ରାମ ନବମୀ ଅବସରରେ କାଳେ କେଉଁଠି ଗଣ୍ଡଗୋଳ କିମ୍ବା ଅସାମାଜିକ ତତ୍ବ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ସେଥିପାଇଁ ଆଗୁଆ ପୋଲିସ ନେଇଛି ପଦକ୍ଷେପ । ଡ୍ରୋନ ଜରିଆରେ ସହରର ଗଳିକନ୍ଦି ଉପରେ ନଜର ରଖିଛି ପୋଲିସ । ଯଦି କୌଣସି ଲୋକ ସେମିତି ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ପାଇଁ ଉସୁକାଏ କିମ୍ବା ସ୍ଥିତି ଅଣାୟତ୍ତ ହୁଏ ତାକୁ ଆୟତ୍ତ କରିବାକୁ ପ୍ରଶାସନ ଓ ପୋଲିସ ସଜାଗ ଥିବା କହିଛନ୍ତି ସାଲବାତପୂରା ପୋଲିସ ଷ୍ଟେସନର ଇନସପେକ୍ଟର ଶୀତଲ ଶାହା ।
#WATCH | Gujarat | Sheetal Shah, Inspector, Salabatpura Police Station, says, "In Surat, tight police arrangements have been made in sensitive areas ahead of the Ram Navami celebrations. Ram Navami procession is going to be taken out tomorrow from the Salabatpura area of Surat.… https://t.co/l4cd1jeshe pic.twitter.com/7PNqZNLbBp
— ANI (@ANI) April 5, 2025