ରାଞ୍ଚି: ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟକୁ ନେଇ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଉତ୍ତେଜନା ଅବ୍ୟାହତ ରହିଛି। ରବିବାର ଦୋକାନବଜାର ବନ୍ଦ ରହିବା ସହ ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ତେବେ ଶୁକ୍ରବାର ସନ୍ଧ୍ୟା ୭ଟାରୁ ବନ୍ଦ କରାଯାଇଥିବା ଇଣ୍ଟରନେଟ୍ ସେବାକୁ ୩୩ ଘଣ୍ଟା ପରେ ସ୍ବାଭାବିକ କରାଯାଇଛି ବୋଲି ରାଞ୍ଚି ଡେପୁଟି କମିସନର ଛବି ରଞ୍ଜନ ପ୍ରକାଶ କରିଛନ୍ତି। ଶୁକ୍ରବାର ପ୍ରାର୍ଥନା ପରେ ଘଟିଥିବା ହିଂସାରେ ୨ ଜଣଙ୍କର ମୃତ୍ୟୁ ହେବା ସହ ଦୁଇ ଡଜନ ଲୋକ ଗୁରୁତର ଆହତ ହୋଇଥିଲେ। ଏଣୁ ରାଞ୍ଚିର ସମ୍ବେଦନଶୀଳ ଜାଗାମାନଙ୍କରେ ପ୍ରାୟ ୨,୫୦୦ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମା ଏବଂ ବହିଷ୍କୃତ ନେତା ନବୀନ ଜିନ୍ଦଲଙ୍କୁ ଗିରଫ କରିବା ପାଇଁ ପ୍ରତିବାଦକାରୀମାନେ ଦାବି କରିଛନ୍ତି। ଝାଡ଼ଖଣ୍ଡ ହିଂସାକୁ ନେଇ ୮ଟି ମାମଲା ରୁଜୁ କରାଯାଇଥିବା ବେଳେ ବହୁ ଲୋକଙ୍କୁ ଜେରା ପାଇଁ ଅଟକ ରଖାଯାଇଛି। ତଦନ୍ତ ଜାରି ରହିଛି। ଝାଡ଼ଖଣ୍ଡ ପୁଲିସ ମୁଖପାତ୍ର ତଥା ଆଇଜି ଅପରେସନ୍ସ ଆମୋଲ ଭି ହୋମକାରଙ୍କ କହିବା ଅନୁସାରେ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ରାଞ୍ଚି ଜିଳ୍ଲାର ସୁଖଦେବ ନଗର, ଲୋୟର ବଜାର, ଡେଲି ମାର୍କେଟ ଓ ହିନ୍ଦପିଡ଼ି ସମେତ ୧୨ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ୧୦,୦୦୦ରୁ ଅଧିକ ଅଜ୍ଞାନ ଲୋକଙ୍କ ନାଁରେ ମାମଲା ରୁଜୁ କରାଯାଇଛି।
ହିଂସା-ପୀଡ଼ିତ ରାଞ୍ଚିରେ ସୁରକ୍ଷା କଡ଼ାକଡ଼ି, ୩୩ ଘଣ୍ଟା ପରେ ଇଣ୍ଟରନେଟ୍ ଫେରିଲା
/sambad/media/post_attachments/wp-content/uploads/2022/06/65sf4h654h65fhfhssfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)