ନୂଆଦିଲ୍ଲୀ: ପ୍ରସ୍ଥାନ ଫାଟକ ବାଟେ ଗୋଟିଏ କାର୍ ପାର୍ଲାମେଣ୍ଟ୍ ପରିଧି ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ନିରାପତ୍ତା ବଳ ସକ୍ରୀୟ ହୋଇ ଉଠିଥିଲେ। କାର୍ଟିକୁ ଅଟକାଇ ନିରାପତ୍ତା କର୍ମଚାରୀମାନେ ଯାଞ୍ଚ କରିଥିଲେ।
DL 12 CH 4897 ନମ୍ବରବିଶିଷ୍ଟ କାର୍ଟିରେ ମେମ୍ବର୍ ଅଫ୍ ପାର୍ଲାମେଣ୍ଟ୍ ଲେଖାଥିବା ଷ୍ଟିକର୍ ଲାଗିଥିଲା।
ପରେ ଜଣାପଡ଼ିଲା କାର୍ଟି ମଣିପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଲୋକସଭା ସାଂସଦ ଡକ୍ଟର୍ ଥୋକୋମ୍ ମୈନିଆଙ୍କର।
ନିରାପତ୍ତାରେ କି ଭଳି ତ୍ରୁଟି ରହିବାରୁ କାର୍ଟି ପ୍ରସ୍ଥାନ ଫାଟକ ବାଟେ ପ୍ରବେଶ କରିବାକୁ ସମର୍ଥ ହେଲା ବୋଲି ସେ ସଂକ୍ରାନ୍ତରେ ପାର୍ଲାମେଣ୍ଟ୍ର ନିରାପତ୍ତା କର୍ମଚାରୀମାନେ ତଦନ୍ତ କରୁଛନ୍ତି। ପାର୍ଲାମେଣ୍ଟ୍ ବାହାରେ ଓ ପରିଧି ମଧ୍ୟରେ ହାଇ ଆଲର୍ଟ ବଜାଯାଇଥିଲା।