ଅହମଦାବାଦ ରେଳ ଷ୍ଟେସନରୁ ବୋମା ଉଦ୍ଧାର, ସନ୍ଧାନୀ କୁକୁର ସହ ପହଞ୍ଚିଲେ ନିଷ୍କ୍ରିୟକାରୀ ଟିମ୍‌

ନୂଆଦିଲ୍ଲୀ: ଗୁଜରାଟର ଅହମଦାବାଦ ରେଳ ଷ୍ଟେସନରୁ ଗୁରୁବାର ବୋମା ଉଦ୍ଧାର କରାଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ସନ୍ଧାନୀ କୁକୁର ସହ ରେଳ ଷ୍ଟେସନରେ ପହଞ୍ଚି ବୋମା ଉଦ୍ଧାର କରିଛନ୍ତି।

ଟ୍ରେନରୁ ଓହ୍ଲାଇ ବାହାରକୁ ଯାଉଥିବା ଯାତ୍ରୀମାନେ ପରିତ୍ୟକ୍ତ ସ୍ଥାନରେ ବୋମା ପଡ଼ିଥିବା ପ୍ରଥମେ ଦେଖିଥିଲେ। ପରେ ଆରପିଏଫକୁ ଏ ବାବଦରେ ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ ଆଗାମୀ ଡିସେମ୍ବର ୯ ଓ ୧୪ରେ ଗୁଜରାଟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବରୁ ହାଇ ଆଲର୍ଟ ଜାରି କରାଯାଇଛି। ନଭେମ୍ବର ୨୭ରୁ ୨୯ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ଟି ର‍୍ୟାଲି କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର