ନୂଆଦିଲ୍ଲୀ: ନେପାଳ ପରିସ୍ଥିତି ଉପରେ ଭାରତ ଅହରହ ନଜର ରଖିଛି। ଭାରତୀୟ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ନାଗରିକମାନଙ୍କୁ ହିଂସା ପ୍ରଭାବିତ ଅଞ୍ଚଳରୁ ଦୂରେଇ ରହିବା ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିବାକୁ ବୈଦେଶିକ ମନ୍ତ୍ରାଳୟ କହିଛି।
କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ୨୪ ଘଣ୍ଟା ସହାୟତା ଉପଲବ୍ଧ କରାଯାଉଛି । ଆଜି ଭାରତ-ନେପାଳ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉତ୍ତରପ୍ରଦେଶର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକ ଯେପରିକି ବହରାଇଚ, ମହାରାଜଗଞ୍ଜ ଏବଂ ସିଦ୍ଧାର୍ଥନଗରରେ ଡ୍ରୋନ୍ ନିରୀକ୍ଷଣ ଓ ଅଧିକ ପାଟ୍ରୋଲିଂ କରାଯାଉଛି। ନେପାଳରେ ଚାଲିଥିବା ଅସ୍ଥିରତାର ପ୍ରଭାବ ଭାରତରେ ପଡ଼ିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ନେପାଳ ସଙ୍କଟର ସମାଧାନ ଆଲୋଚନା ମାଧ୍ୟମରେ କରିବାକୁ ଭାରତ ଆହ୍ବାନ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/10/untitled-11-2025-09-10-06-51-49.jpg)