କଡ଼ା ସୁରକ୍ଷାରେ କର୍ଣ୍ଣାଲ: କୃଷକ ଆନ୍ଦୋଳନ ପାଇଁ ଜାରି ହେଲା ୧୪୪ ଧାରା, ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ: ହରିଆଣାର କର୍ଣ୍ଣାଲରେ ତାତିଲେ ଚାଷୀ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ କର୍ଣ୍ଣାଲ, ପାନିପତ, କୁରୁକ୍ଷେତ୍ର, କୌଥଲ ଓ ଜିନ୍ଦ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି । ଗଳିକନ୍ଦିରେ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଆଜି ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରଖାଯିବ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ମଙ୍ଗଳବାର ଚାଷୀମାନେ କର୍ଣ୍ଣାଲରେ ଏକାଠି ହୋଇ ସଚିବାଳୟକୁ ଘେରାଉ କରିବାକୁ ଡାକରା ଦେଇଛନ୍ତି । ଚାଷୀମାନଙ୍କ ଉପରେ ଗତ ୨୮ ତାରିଖରେ ଏଡିଏମଙ୍କ ନିର୍ଦ୍ଦେଶରେ ହୋଇଥିବା ଲାଠି ମାଡର ପ୍ରତିବାଦରେ କିଷାନ ମୋର୍ଚ୍ଚା ଏହି ଡାକରା ଦେଇଛି । ହେଲେ କର୍ଣ୍ଣାଲ ସଚିବାଳୟ ଘେରାଉ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି କର୍ଣ୍ଣାଲ ଜିଲ୍ଲାପାଳ । ଚାଷୀମାନଙ୍କ ସହ ଆଲୋଚାନା ହୋଇଛି । ସେମାନଙ୍କର କୌଣସି ଦାବି ଯଥାର୍ଥ ନୁହେଁ । ପୂର୍ବରୁ ଚାଷୀମାନେ ଆଇନ ଉଲଂଘନ କରିଛନ୍ତି । ତେଣୁ ସେମାନଙ୍କୁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲିି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର