ତାଜମହଲ ସୁରକ୍ଷା ଯୋଜନା:ଭିଜନ୍‌ ଡକ୍ୟୁମେଣ୍ଟ୍‌ ଦାଖଲ

ଲକ୍ଷ୍ନୌ: ତାଜମହଲର ସୁରକ୍ଷା ପାଇଁ ଆଜି ୟୁପି ସରକାର ସୁପ୍ରିମକୋର୍ଟରେ ଭିଜନ୍‌ ଡକ୍ୟୁମେଣ୍ଟ୍‌ ଦାଖଲ କରିଛନ୍ତି। ସପ୍ତଦଶ ଶତାବ୍ଦୀର ଏହି କୀର୍ତ୍ତିରାଜି ଏହାର ସୌନ୍ଦର୍ଯ୍ୟ ହରାଇ ବସୁଥିବାରୁ ସୁପ୍ରିମ୍‌ କୋର୍ଟ ନିକଟରେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ଆଜି ଉତ୍ତର ପ୍ରଦେଶ ସରକାର ଜଷ୍ଟିସ ଏମ୍‌ ବି ଲୋକୁର ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଭିଜନ୍‌ ଡକ୍ୟୁମେଣ୍ଟ୍‌ ଦାଖଲ କରିବା ସହ ସୁରକ୍ଷା ବାବଦ ବିଭିନ୍ନ ପଦକ୍ଷେପ ବାବଦରେ ଅବଗତ କରାଇଛନ୍ତି। ପ୍ରଦୂଷଣ ସୃଷ୍ଟିକାରୀ ଶିଳ୍ପସଂସ୍ଥାଗୁଡ଼ିକ ବନ୍ଦ କରାଯିବାକୁ ଏଥିରେ ଗୁରୁତ୍ୱାରୋପ କରାଯାଇଛି। ସମ୍ପୂର୍ଣ୍ଣ ତାଜମହଲ ପରିସର – ‘ନୋ ପ୍ଲାଷ୍ଟିକ୍‌ ଜୋନ୍‌’ ତଥା ପ୍ଲାଷ୍ଟିକ୍‌ ନିଷିଦ୍ଧ ଅଞ୍ଚଳ ରୂପେ ଘୋଷଣା ହେବ। ପ୍ରଦୂଷଣ ସୃଷ୍ଟିକାରୀ ଶିଳ୍ପସଂସ୍ଥାଗୁଡ଼ିକୁ ବନ୍ଦ କରିବା ପାଇଁ ସରକାର ସମୟସୀମା ମଧ୍ୟ ଧାର୍ଯ୍ୟ କରିଛନ୍ତି। ତାଜମହଲ୍‌ ପରିସରରେ ପାଣି ବଟଲ୍‌ ବ୍ୟବହାର ମଧ୍ୟ ନିଷିଦ୍ଧ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ତାଜମହଲରେ ଶିଉଳି ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ସହାୟତା ନିଆଯିବ। ତାଜମହଲର ସୌନ୍ଦର୍ଯ୍ୟ ଅତୁଟ ରଖିବା ଦିଗରେ ସାମାନ୍ୟତମ ଅବହେଳା ମଧ୍ୟ ହେବନାହିଁ ବୋଲି ସରକାର କହିଛନ୍ତି।

ସମ୍ବନ୍ଧିତ ଖବର