ଜେଏନୟୁ ଛାତ୍ର ସର୍ଜିଲ ଇମାମ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ : ଦିଲ୍ଲୀରେ ଚଳିତ ବର୍ଷ ଆରମ୍ଭରେ ହୋଇଥିବା ନାଗରିକତା ଆଇନ ବିରୋଧୀ ହିଂସା ବେଳେ ଲୋକମାନଙ୍କୁ ଉସୁକାଇଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଜେଏନୟୁ ଛାତ୍ର ସର୍ଜିଲ ଇମାମ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ କରିଛି । ନିଜର ଚାର୍ଜସିଟରେ ଦିଲ୍ଲୀ ପୁଲିସ ଦର୍ଶାଇଛି ଯେ ଇମାମ ଦେଶର ଏକତା ଓ ଅଖଣ୍ଡତାକୁ କ୍ଷୁର୍ଣ୍ଣ କରିବା ଭଳି କାମ କରିବାକୁ ଲୋକମାନଙ୍କୁ ଉସୁକାଉଥିଲା ।

ସର୍ଜିଲ ଇମାମ ବିରୁଦ୍ଧରେ ଆଇପିସିର ଧାରା ୧୨୪-କ(ଦେଶଦ୍ରୋହ), ୧୫୩ -କ (ସମାଜରେ ସାଂପ୍ରଦାୟିକ ଘୃଣା ଓ ଶତ୍ରୁତା ସୃଷ୍ଟି), ୧୫୩-ଖ (ଜାତୀୟ ଅଖଣ୍ଡତାକୁ ବିପନ୍ନ କଲା ଭଳି କାମ) ଆଦି ଅନୁସାରେ ମାମଲା ରୁଜ୍ଜୁ ହୋଇଛି ।

ଗତ ଜାନୁଆରି ମାସରେ ସର୍ଜିଲ ଇମାମ ଦିଲ୍ଲୀର ସାହିନ ବାଗରେ ଏକ ଭାଷଣ ଦେଇ କହିଥିଲା ଯେ ଆସାମକୁ ଭାରତକୁ ଅଲଗା କରିଦିଆଯାଇ ଭାରତକୁ ଏକ ଶିକ୍ଷା ଦେବା ଆବଶ୍ୟକ । କାରଣ ବଙ୍ଗଳା ମୁସଲିମ ଓ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି । ତାହାର ଏହି ଭାଷଣର ଭିଡ଼ିଓ ସୋସିଆଲ ମିଡିଆରେ ବୁଲିବା ପରେ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଥିଲା । ସେ କହିଥିଲା ଯେ ତାପାଖରେ ଯଦି ୩-୪ ଲକ୍ଷ ଲୋକ ରୁହନ୍ତି ସେ ଆସାମକୁ ଭାରତଠାରୁ ଅଲଗା କରିଦେବ । ତାକୁ ସେହି ମାସ ୨୮ ତାରିଖରେ ବିହାରରୁ ଗିରଫ କରାଯାଇ ଦିଲ୍ଲୀ ଅଣାଯାଇଥିଲା ।

ସମ୍ବନ୍ଧିତ ଖବର