ଇନ୍ଦୋର: ଇନ୍ଦୋରର ମଲ୍ହାରଗଞ୍ଜ ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଝିଅ ଜନ୍ମଦିନରେ ଘର ଅନ୍ଧାର ରହିବାରୁ ଦୁଃଖିତ ହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ ଯୁବକ। ଏହା ସହ ୭୦ହଜାର ଟଙ୍କାର ବିଜୁଳି ବିଲ୍ ପାଇ ମୃତକଜଣଙ୍କ ଚିନ୍ତାଗ୍ରସ୍ତ ଥିଲେ ବୋଲି ପରିବାର ଲୋକେ କହିଛନ୍ତି। ଶୁକ୍ରବାର ପୀଡ଼ିତଙ୍କ ଝିଅ ଜନ୍ମଦିନ ଥିବା ବେଳେ ସେହି ଦିନ ହିଁ ସେ ଏଭଳି ପଦକ୍ଷେପ ନେଇଥିଲେ।
ମୃତକଜଣଙ୍କ ପଞ୍ଚମୂର୍ତ୍ତି ନଗରରେ ରହୁଥିବା ବବୁଲ ଦୁବେ ବୋଲି ଚିହ୍ନଟ କରିଛି ପୁଲିସ। ସେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିବା ବେଳେ ୭୦ହଜାର ଟଙ୍କାର ବିଜୁଳି ବିଲ୍ ଆସିବାରୁ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ। ବବୁଲର ଭଉଣୀଙ୍କ କହିବା ମୁତାବକ, ୪ମାସ ମଧ୍ୟରେ ବିଜୁଳି ବିଲ୍ ୭୦ହଜାର ଟପି ଯାଇଥିବା ଦେଖି ବବୁଲ ଆଶ୍ଚର୍ଯ୍ୟ ହେବା ସହ ବିଦ୍ୟୁତ୍ କାର୍ଯ୍ୟାଳୟରେ ପହଞ୍ଚି ଏ ନେଇ କଥା ହେବାକୁ ଚେଷ୍ଟା କରିଥିଲା। କିନ୍ତୁ ସେଠାରେ କାମ କରୁଥିବା କର୍ମଚାରୀମାନେ କୌଣସି କଥା ହେବାକୁ ମନା କରିବା ସହ ତାକୁ କାର୍ଯ୍ୟାଳୟରୁ ବାହାର କରି ଦେଇଥିଲେ। ବିଲ୍ ଦେବା ପରେ ଘରର ବିଜୁଳି କାଟ୍ କରିଦିଆଯାଇଥିଲା। ଦୁଇ ଦିନ ସମସ୍ତେ ଅନ୍ଧାର ଭିତରେ ରହିବା ଦେଖି ଅବସାଦଗ୍ରସ୍ତ ହୋଇଯାଇଥିଲେ ବବୁଲ। ଏହା ସହ ଶୁକ୍ରବାର ଝିଅର ଜନ୍ମଦିନରେ ମଧ୍ୟ ଘର ଅନ୍ଧାର ରହିବା ଦେଖି ସେ ଦୁଃଖରେ ନିଜ ଶୋଇବା ଘରେ ଯାଇ ଆତ୍ମହତ୍ୟା ଭଳି ପଦକ୍ଷେପ ଉଠାଇଥିଲେ।
ଏନେଇ ପୁଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଶବ ବ୍ୟବଚ୍ଛେଦ ପାଇ ପଠାଇଥିଲା। ତେବେ ଶବ ପାଖରୁ କୌଣସି ପ୍ରକାରର ସୁଇସାଇଡ୍ ନୋଟ୍ ମିଳି ନଥିବା ବେଳେ ଘଟଣାରେ ଦୋଷୀ କିଏ, ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/ନ-15.jpg)