ନୂଆଦିଲ୍ଲୀ: ପାକିସ୍ତାନ ନାଗରିକ ସୀମା ହାଇଦରଙ୍କ ଓକିଲ ଏପି ସିଂହ ରାଷ୍ଟ୍ରପତିଙ୍କୁ ଆବେଦନ କରି ସଚିନ ଓ ସୀମାଙ୍କ ପ୍ରତି ସହାନୁଭୂତି ରକ୍ଷା କରିବାକୁ ଅନୁରୋଧ କରିଛନ୍ତି।

Advertisment

ଓକିଲ ଏପି ସିଂହ କହିଛନ୍ତି, ‘ସୀମାଙ୍କୁ ସଚିନ ମିନାଙ୍କ ସହିତ ଭାରତରେ ରହିବାକୁ ଅନୁମତି ଦିଆଯାଉ। ଏହି କ୍ରମରେ ଦେଖିବାକୁ ଗଲେ ଅଭିନେତା ଅକ୍ଷୟ କୁମାର ଭାରତରେ ରହୁଥିବା ବେଳେ ତାଙ୍କୁ କନ୍ନଡର ନାଗରିତା ମିଳିଛି। ସେହିପରି ଅଦନାନ ସାମିଙ୍କୁ ଭାରତର ନାଗରିକତା ପ୍ରାପ୍ତ ହୋଇଛି। ତେବେ ସୀମାଙ୍କୁ ଭାରତରେ ରହିବାକୁ କାହିଁକି ଅନୁମତି ମିଳିବ ନାହିଁ? ଭାରତରେ ସ୍ବାମୀ ସଚିନଙ୍କ ସହିତ ରହିବାକୁ ସୀମା ରାଷ୍ଟ୍ରପତିଙ୍କୁ ମଧ୍ୟ ଏକ ଆବେଦନ ପତ୍ର ପଠାଇଛନ୍ତି।

ସୀମା ଯଦି ଆତଙ୍କବାଦୀ କିମ୍ବା ଆଇଏସଆଇର ଏଜେଣ୍ଟ ହୋଇଥାଆନ୍ତେ ତେବେ ଚାରିଟି ପିଲା ସହିତ ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟ ଆଣି ନଥାଆନ୍ତେ। ମୋତେ ଲାଗୁଛି ସୀମାଙ୍କ କୌଣସି ଦୋଷ ନାହିଁ। ସେ ସଚିନଙ୍କୁ ନିଃସ୍ବାର୍ଥପର ଭାବେ ଭଲ ପାଆନ୍ତି। ମୁଁ ତାଙ୍କୁ କହିଛି ସେ ଯାଞ୍ଚ ଏଜେନ୍ସିଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବେ, କୌଣସି କଥାକୁ ଲୁଚାଇବେ ନାହିଁ।

ହଁ ମୁଁ ମାନୁଛି ସୀମା ଭାରତ‌ରେ ଯେଭଳି ଭାବେ ପ୍ରବେଶ କରିଛନ୍ତି ତାହା ବେଆଇନ ଥିଲା। କିନ୍ତୁ ସେ ଯାହା କହୁଛନ୍ତି ସତ କଥା କହୁଛନ୍ତି। ଏବେ ସେ ସୀମା ମିନା। ଚାରିବର୍ଷ ପୂର୍ବେ ସେ ସୀମା ହାଇଦର ଥିଲେ। ତେଣୁ ସୀମାଙ୍କୁ ଭାରତୀୟ ନାଗରିକତା ମିଳିବା ଦରକାର।