ନୂଆଦିଲ୍ଲୀ: ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ସୀମା ହାଇଦର ଓ ସଚିନ ମିଣାଙ୍କୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ସୀମା ବିଡ଼ି ଟାଣିବା ଘଟଣାକୁ ନେଇ ସଚିନ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସୀମାଙ୍କୁ ମାଡ଼ ବି ମାରିଥିଲେ ବୋଲି ଭଡ଼ା ଘର ମାଲିକ କହିଛନ୍ତି।

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, ମଇ ମାସରେ ସୀମା ପାକିସ୍ତାନରୁ ଫେରାର ହୋଇ ଭାରତୀୟ ପ୍ରେମିକ ସଚିନଙ୍କ ପାଖକୁ ଚାଲି ଆସିଥିଲେ । ଏହି ସମୟରେ କାହାକୁ ସନ୍ଦେହ ନହେବା ପାଇଁ ସଚିନ ସୀମାଙ୍କୁ ଏକ ଭଡ଼ା ଘରେ ରଖିଥିଲେ। ଭଡ଼ା ଘରେ ରହିବା ପରେ ସମସ୍ତେ ଭାବିଥିଲେ ବୋଧ ହୁଏ ଦୁହେଁ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି। କିନ୍ତୁ ପରିବାରଲୋକ ରାଜି ନହେବାରୁ ଦୁ‌ହେଁ ଘରୁ ଫେରାର ହୋଇ ଏଠାରେ ଆସି ଭଡ଼ା ନେଇ ରହୁଛନ୍ତି।

ତେବେ ସଚିନ ଓ ସୀମା ରହୁଥିବା ଭଡ଼ା ଘରର ମାଲିକ ‌ଗିରେନ୍ଦ୍ର ନିକଟ‌ରେ କହିଛନ୍ତି, ‘ମୋ ଘରେ ଭଡ଼ାରେ ରହୁଥିବା ବେଳେ ସୀମା ଓ ସଚିନଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। କାରଣ ସୀମା ବହୁତ ବିଡ଼ି ଟାଣୁଥିଲେ। ଏକଥା ସଚିନ ଜାଣିବା ପ‌ରେ ସେ ସୀମାଙ୍କୁ ଗାଳିଗୁଲଜ କରିବା ସହିତ ଚାପୁଡ଼ା ବି ମାରିଥିଲେ।

ଏନେଇ ଦୁହିଁଙ୍କ ସମ୍ପର୍କରେ କିଛିଦିନ ଫାଟ ଦେଖା ଦେଇଥିଲା। ମୁଁ ସେମାନଙ୍କୁ କହିଥିଲି ଏଭଳି କଳି ଝଗଡ଼ା କଲେ ମୁଁ ମୋର ଘରେ ରହିବାକୁ ଅନୁମତି ଦେବି ନାହିଁ। ମୁଁ ବି ଜାଣି ନଥିଲି ସଚିନ ଯେଉଁ ମହିଳାଙ୍କ ସହିତ ରହୁଛନ୍ତି ସେ ପାକିସ୍ତାନରୁ ଆସିଛନ୍ତି ବୋଲି, ପରେ ଖବରକାଗଜରେ ଘଟଣା ପଢ଼ିବା ପ‌ରେ ସତ କଥା ଜାଣିବାକୁ ପାଇଲି। ଏବେ ଦୁହିଁଙ୍କ ଭିତରେ କିଭଳି ସମ୍ପର୍କ ଅଛି, ତାହା କେବଳ ସଚିନ ଓ ସୀମା ହିଁ କହି ପାରିବେ।’