ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନର ଆକ୍ରମଣାତ୍ମକ ମନୋଭାବ ଦେଖିବାକୁ ମିଳିଥିଲା। ପାକିସ୍ତାନ ଅନେକଥର ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଚେଷ୍ଟା କରିଛି। ଭାରତ ମଧ୍ୟ ପାକିସ୍ତାନକୁ ପ୍ରତିଟି ଆକ୍ରମଣର କଡ଼ା ଜବାବ ଦେଇଛି।
ଏଭଳି ସମୟରେ ସୀମା ହାଇଦରଙ୍କ ପୂର୍ବତନ ସ୍ୱାମୀ ଗୁଲାମ ହାଇଦରଙ୍କ ପକ୍ଷରୁ ଏକ ବିବୃତ୍ତି ଆସିଛି।
ଗୁଲାମ ହାଇଦର ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଜରିଆରେ ସେ କହିଛନ୍ତି,‘ ମୋ ପିଲାମାନେ ସୁରକ୍ଷିତ ନୁହଁନ୍ତି। ସୀମା ଜଣେ ପାକିସ୍ତାନୀ ହୋଇଥିବା ବେଳେ ତାଙ୍କୁ କାହିଁକି ଭାରତରେ ରହିବାକୁ ଦିଆଯାଇଛି। କାରଣ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତରେ ଥିବା ସମସ୍ତ ପାକିସ୍ତାନୀଙ୍କୁ ନିଜ ଦେଶକୁ ଫେରିଯିବା ପାଇଁ କଡ଼ା ନୋଟିସ ଜାରି କରାଯାଇଥିଲା।
ସୀମାଙ୍କ ଚାରିଜଣ ସନ୍ତାନ ଅଛନ୍ତି। ଯାହାଙ୍କ ଜୀବନ ପ୍ରତି ବିପଦ ରହିଛି। ଖରର ମିଳିଛି କି ସୀମାଙ୍କ ମୃତ୍ୟୁ ହୋଇଯାଇଛି। ଏଭଳି ପରିସ୍ଥିତିରେ ଆମ ଅବସ୍ଥା କ’ଣ ହେଉଥିବ କେବେ କିଏ ଚିନ୍ତା କରିଛ। ସୁପ୍ରିମକୋର୍ଟ ବି କହିସାରିଛନ୍ତି ସୀମା ଭାରତରେ ରହି ପାରିବେ ନାହିଁ। ସୀମା ଭାରତରେ ରହିବା ପଛରେ କାହାର ହାତ ରହିଛି ମୁଁ ତାହା ଜାଣିବାକୁ ଚାହୁଁଛି।’