ନୂଆଦିଲ୍ଲୀ: ପାକିସ୍ତାନରୁ ଅବୈଧ ଭାବରେ ତାଙ୍କ ୪ ପିଲାଙ୍କ ସହିତ ଭାରତ ଆସିଥିବା ସୀମା ହାଇଦର ଏବଂ ତାଙ୍କ ସ୍ୱାମୀ ସଚିନ ମୀନା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ମଙ୍ଗଳବାର ଭୋର ୪ଟାରେ ସୀମା ଏବଂ ସଚିନଙ୍କ ଔରସରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିବା ଜଣାଯାଇଛି। ସୀମାଙ୍କୁ ନିଜର ଭଉଣୀ ବୋଲି ମାନୁଥିବା ସୁପ୍ରିମକୋର୍ଟର ଓକିଲ ଏପି ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସୀମା ଘରୋଇ ହସ୍ପିଟାଲରେ ସାଧାରଣ ପ୍ରସବ ମାଧ୍ୟମରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ଘରକୁ ଦେବୀ ଲକ୍ଷ୍ମୀ ଆସିଛନ୍ତି।
ଅନ୍ୟପକ୍ଷରେ ସଚିନ୍ କହିଛନ୍ତି ଯେ, ଆମ ପାଇଁ ଏବଂ ସମଗ୍ର ପରିବାର ପାଇଁ ଏହା ଏକ ଖୁସିର ଅବସର। ମାଆ ଏବଂ ପିଲା ଉଭୟ ସୁସ୍ଥ ଅଛନ୍ତି। ନାମକରଣ ପ୍ରକ୍ରିୟାରେ, ଆମେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କଠାରୁ ନାମ ପରାମର୍ଶ ନେବୁ।
ପ୍ରସବ ପୂର୍ବରୁ ସୀମାଙ୍କ ଗ୍ରେଟର ନୋଏଡାର ରାବୁପୁରାରେ ଗୋଦ୍ଭରାଇ ଅନୁଷ୍ଠିତ ହୋଇଥିଲା। ଏହି ବିଶେଷ ଅବସରରେ, ସୀମାଙ୍କ ଧରମ ଭାଇ ଓକିଲ ଡକ୍ଟର ଏପି ସିଂହ ତାଙ୍କ ମାଆଙ୍କ ସହିତ ପହଞ୍ଚିଥିଲେ। କାର୍ଯ୍ୟକ୍ରମରେ ମହିଳାମାନେ ପାରମ୍ପରିକ ଗୀତ ଗାଇ ପୂଜାକୁ ସ୍ମରଣୀୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/18/W5ZMX8vQ8fOShdAq7ETr.jpg)