ଚାରି ପିଲାଙ୍କୁ ଫେରାଇ ଦିଅ, ସୀମାଙ୍କ ଆସିବା ଦରକାର ନାହିଁ: ଏପରି କହିଲେ ପାକିସ୍ତାନୀ

ନୂଆଦିଲ୍ଳୀ: ପାକିସ୍ତାନରୁ ନିଜର ୪ ପିଲାଙ୍କୁ ଧରି ବେନିୟମ୍‌ ଭ‌ାବେ ସୀମା ପାର୍‌ କରି ଆସିଥିବା ସୀମା ହାଇଦରଙ୍କୁ ନେଇ ଭିନ୍ନ ଲୋକ ଭିନ୍ନ ଟିପ୍ପଣୀ ଦେଉଛନ୍ତି। କିଛି ଦିନ ତ‌େଳେ ସୀମାଙ୍କର ପିଲାଦିନର ସାଙ୍ଗ ବୋଲି କହି ଜଣେ ଯୁବତୀ ଏକ ଭିଡିଓ ପୋଷ୍ଟ୍‌ କରିଥିଲେ। ଭିଡିଓରେ ସେ ସୀମାଙ୍କ ପ୍ରକୃତି ଓ ଚରିତ୍ର ବିଷୟରେ ଅନେକ କୁକଥା କହିଥିଲେ। ସୀମା ଏତେ ଦିନ ଧରି ଭାରତରେ ରହିସାରିବା ପରେ ‌ଏବେ ତାଙ୍କ ସଂପର୍କୀୟ ଓ ପଡ଼ୋଶୀଙ୍କ ବୟାନ ମଧ୍ୟ ଶୁଣିବାକୁ ମିଳୁଛି।

ତାଙ୍କର କିଛି ସଂପର୍କୀୟା ଓ ପଡ଼ୋଶୀ ସୀମାଙ୍କୁ ପାକିସ୍ତାନ ନଯାଇ କେବଳ ୪ ପିଲାଙ୍କୁ ପଠାଇ ଦେଇବାକୁ ଦାବି କରିଛନ୍ତି। ସୀମା ପାକିସ୍ତାନ ଛାଡ଼ି ଆସିବା ପରେ ନିଜ ଦେଶର ଓ ଧର୍ମର ଅଧିକାର କରିଛନ୍ତି। ତେଣୁ ତାଙ୍କର ପାକିସ୍ତାନ ଫେରିବାର କୌଣସି ଆବଶ୍ୟକତା ନାହିଁ ଓ ପାକିସ୍ତାନରେ ତାଙ୍କ ପାଇଁ ଜାଗା ନାହିଁ ବୋଲି ସେମାନେ କହିବା ସହ କେବଳ ୪ ଜଣ ପିଲାଙ୍କୁ ଫେରସ୍ତ ଚାହିଁଛନ୍ତି।

ତାଙ୍କର ଜଣେ ପଡ଼ୋଶୀ ଗଣମାଧ୍ୟମରେ ମତ ରଖି କହିଛନ୍ତି, ‘ଆ‌ମେ‌ ଯେବେ ସୀମାଙ୍କୁ ଟାକ୍ସି ଡାକି ନିଜର ପିଲାମାନଙ୍କୁ ଧରି ଯାଉଥିବାର ଦେଖିଲୁ ତ ପ୍ରଥମେ ସେ ତାଙ୍କ ଗାଁକୁ ଯାଉଛନ୍ତି ବୋଲି ଭାବିଲୁ। ମାତ୍ର ପରେ ତାଙ୍କୁ ଟିଭି ଚ୍ୟାନେଲ୍‌ରେ ଦେଖିବା ପରେ ଜଣାପଡ଼ିଲା କି ସେ ପାକିସ୍ତାନ ଛାଡ଼ି ପଳାଇଛନ୍ତି। ଆମେ ସମସ୍ତେ ଚକିତ ହୋଇଗଲୁ।’

ସମ୍ବନ୍ଧିତ ଖବର