ନୂଆଦିଲ୍ଲୀ: ଆଜିକାଲି ଚର୍ଚ୍ଚିତ ଯୋଡ଼ି ପାଲଟି ଯାଇଛନ୍ତି ପାକିସ୍ତାନୀ ପ୍ରେମିକା ସୀମା ହାଇଦର୍‌ ଏବଂ ତାଙ୍କ ହିନ୍ଦୁସ୍ତାନୀ ପ୍ରେମିକ ସଚିନ। ସମସ୍ତଙ୍କ ମୁହଁରେ ଏବେ ଏହି ଦୁଇ ଜଣଙ୍କ ପ୍ରେମ କାହାଣୀ। ଆଗରୁ ଆମେ ସଚିନଙ୍କ ପାଇଁ ସୀମା ବନାଉଥିବା ଅନେକ ରୋମାଣ୍ଟିକ୍‌ ରିଲ୍ସ ସବୁ ଦେଖିଛନ୍ତି। ତେବେ ଏହି ମାମଲାରେ ସଚିନ ବି ଆଦୌ ପଛରେ ନାହାନ୍ତି। ସେ ମଧ୍ୟ ନିଜର ବିଦେଶୀ ପ୍ରେମିକାଙ୍କ ପାଇଁ ‘ସାୟର୍‌’ ବନି ଯାଇଛନ୍ତି।

Advertisment

ସଚିନଙ୍କ ଏକ କବିତା ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ତାଙ୍କ କବିତାର ଶୀର୍ଷକ ହେଉଛି, ‘ଆଲୁ ଭରା ପରାଠା...’। ସଚିନ ଯେଉଁ କବିତାଟି ଲେଖିଛନ୍ତି ତାହା ହେଲା, ‘ଆଲୁ ଭରା ପରାଠା, ପାନି ଭରା ଗିଲାସ୍‌, ସୀମା ତେରି ୟାଦୋଁ ମେ, ନା ଭୁକ୍‌ ‌ଲଗେ ନା ପ୍ୟାସ୍‌।’

ପାକିସ୍ତାନରୁ ଆସିଥିବା ସୀମା ହାଇଦରଙ୍କ ଗାଲକୁ ଛୁଇଁ ଯେତେବେଳେ ସଚିନ ଏହି କବିତା କହିଥିଲେ ତ ଲୋକ ବି ପ୍ରଶଂସା ନକରି ରହିପାରିଲେ ନାହିଁ। ସୀମା ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି ‘ମୁଁ କେବଳ ସଚିନର ଭଲପାଇବା ପାଇଁ ଆସିଥିଲି, ମୋତେ ତ ପୂରା ହିନ୍ଦୁସ୍ତାନରୁ ଭଲପାଇବା ମିଳୁଛି’।

ତେବେ ସଚିନଙ୍କୁ ଯେତେବେଳେ ପଚରାଗଲା କି ତୁମେ କିପରି ସୀମାଙ୍କୁ ପଟାଇଲ ତ ତାହାର ଉତ୍ତରରେ ସଚିନ କହିଛନ୍ତି, ‘ମୁଁ ତାଙ୍କୁ ପଟାଇନାହିଁ, ସେ ପ୍ରଥମେ ମୋତେ ହ୍ବାଟ୍‌ସଆପ୍‌ରେ ଏକ ବଡ଼ ହାର୍ଟ ଇମୋଜି ପଠାଇଥିଲେ।’

ସୀମା ନିଜର ୪ ଜଣ ପିଲାଙ୍କ ସହ ଭାରତ ପଳାଇ ଆସିଥିବା ବେଳେ ଆଉ କେବେ ବି ପାକିସ୍ତାନ ଯିବେ ନାହିଁ ବୋଲି କହିଛନ୍ତି। ସେ କୁହନ୍ତି କି ‘ବଞ୍ଚିବି ଯଦି ହିନ୍ଦୁସ୍ତାନରେ ବଞ୍ଚିବି। ମରିବି ବି ଯଦି ହିନ୍ଦୁସ୍ତାନରେ ମରିବି।’