ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦର କ୍ରମାଗତ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମେ ସଚିନଙ୍କ ସହ ପ୍ରେମ, ତା’ପରେ ବେଆଇନ ଭାବେ ଭାରତରେ ପ୍ରବେଶ ଏବଂ ଏହାପରେ ପାକିସ୍ତାନୀ ଏଜେଣ୍ଟ ସନ୍ଦେହରେ ଏଟିଏସର ଯାଞ୍ଚରେ ସୀମା ଛନ୍ଦି ହୋଇ ରହିଛନ୍ତି। ନିକଟରେ ସୀମାଙ୍କୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଥିଲା। ଚର୍ଚ୍ଚା ହେଉଥିଲା ଯେ, ଚାରି ସନ୍ତାନର ମା’ ସୀମା ହାଇଦର ପୁଣି ଖୁସିଖବର ଦେବାକୁ ଯାଉଛନ୍ତି। ଅର୍ଥାତ ସେ ପଞ୍ଚମ ଥର ମା’ ହେବେ।
Advertisment
ତେବେ ବାସ୍ତବରେ ସୀମା ମାଆ ବନିବାକୁ ଯାଉଛନ୍ତି କି ନାହିଁ ତାହା ତ ସମୟ ଆସିଲେ ଜଣାପଡ଼ିବ। ମାତ୍ର ନିକଟରେ ସୀମାଙ୍କର ଏକ ବୟାନ ଗଣମାଧ୍ୟମ‌ରେ ଭାଇରାଲ୍‌ ହେବାରେ ଲାଗିଛି। ଆସନ୍ତାକାଲି ୭୭ତମ ସ୍ବାଧୀନତା ଦିବସ ଅବସରରେ ସେ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ଭାଗ ନେଇ ‘ହିନ୍ଦୁସ୍ତାନ ଜିନ୍ଦାବାଦ୍‌’ ନାରା ଲଗାଇଛନ୍ତି।
ଏହି ଅବସରରେ ‌‌ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହୁଛନ୍ତି, ‘‘ମୋ ଗର୍ଭଧାରଣ ବିଷୟରେ ମୋତେ ସମସ୍ତେ ପ୍ରଶ୍ନ ପଚାରୁଛନ୍ତି। ମୁଁ ସେ ବିଷୟରେ କହିବାକୁ ଚାହୁଁନି। ମୁଁ ଗର୍ଭବତୀ ଅଛି କି ନାହିଁ ତାହା ମୋର ବ୍ୟକ୍ତିଗତ କଥା। ଏପରି କଥା ବାହାରେ କୁହାଯାଏନି, ନଜର ଲାଗିଯାଏ। ମୁଁ ସେ ବିଷୟରେ କିଛି କହିବି ନାହିଁ।’’
ସୀମାଙ୍କର ଏହି ‘ନଜର ଲାଗିବ’ କଥା ଶୁଣିବା ପରେ ସେ ଗର୍ଭବତୀ ଥିବା ଏକ ପ୍ରକାରର ନିଶ୍ଚିତ ହୋଇଗଲାଣି। ତେବେ ସୀମା ଅଗଷ୍ଟ ୧୫ ପୂର୍ବରୁ ତ୍ରିରଙ୍ଗା ଶାଢ଼ି ପରିଧାନ କରି ଭାରତକୁ ସମର୍ଥନ ଜଣାଇଛନ୍ତି।