ନୂଆଦିଲ୍ଲୀ: ପାକସ୍ତାନ ନାଗରିକ ସୀମା ହାଇଦର ଓ ତାଙ୍କ ଭାରତୀୟ ପ୍ରେମିକ ସଚିନଙ୍କ ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି। ବିଭିନ୍ନ ଯାଞ୍ଚ ଏଜେନ୍ସି ସୀମା ଓ ସଚିନ ସମେତ ତାଙ୍କ ପରିବାରକୁ ପଚରାଉଚରା ଜାରି ରଖିଛନ୍ତି। ଘର ବାହାରେ ପୁଲିସ ମୁତୟନ ରହିଛନ୍ତି। ସୀମା ହୁଅନ୍ତୁ ଅବା ସଚିନ କି ତାଙ୍କ ପରିବାର, କେହି ବାହାରକୁ ବାହାରି ପାରୁ ନାହାନ୍ତି। ଏଥିପାଇଁ ମାସେ ହେବ କାମ ବନ୍ଦ ରହିଛି। ଚଳିବା ପାଇଁ ସଚିନଙ୍କ ପରିବାରରେ ଟଙ୍କାର ଅଭାବ ଦେଖା ଦେଇଛି।

Advertisment

ଏହି ଖବର ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶର ନବନିର୍ମାଣ ସେନାର ଅଧ୍ୟକ୍ଷ ତଥା ପ୍ରଯୋଜକ ଅମିତ ଜାନି ସୀମା ଓ ସଚିନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ଆପଣ ଜାଣି ଖୁସି ହେବେ କି ଅମିତ ତାଙ୍କର ସିନେମା ପ୍ରଡକସନ ହାଉସ ‘ଜାନି ଫାୟର ଫୋକ୍ସ’ ବ୍ୟାନରରେ ନିର୍ମିତ ହେଉଥିବା ସିନେମାରେ ଅଭିନୟ ପାଇଁ ସଚିନ ଓ ସୀମାଙ୍କୁ ଅଫର ଦେଇଛନ୍ତି।

ଅମିତ ଜାନି ନିକଟରେ ମୁମ୍ବାଇରେ ପ୍ରଡକସନ ହାଉସ ଆରମ୍ଭ କରିଛନ୍ତି। ଏହି ପ୍ରଡକସନ ହାଉସର ନାମ ‘ଜାନି ଫାୟର ଫୋକ୍ସ’ ରହିଛି। ଉଦୟପୁରରେ ହୋଇଥିବା ‘ଟେଲର କହ୍ନେୟାଲାଲ ସାହୁ’ଙ୍କ ହତ୍ୟା ଘଟଣାକୁ ଆଧାର କରି ଅମିତ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି। ଏହି ସିନେମାର ଶୀର୍ଷକ ରହିଛି ‘ଏ ‌ଟେଲର ମର୍ଡର ଷ୍ଟୋରି’, ଯାହାକୁ ନଭେମ୍ବରରେ ରିଲିଜ କରିବା ପାଇଁ ଯୋଜନା ରଖାଯାଇଛି।

ଅମିତ ସୀମା ଓ ସଚିନଙ୍କୁ ଅଫର ଦେଇ କହିଛନ୍ତି କି, ‘ଆପଣମାନେ ଆମର ପ୍ରଡକସନ ସହିତ କାମ କରିବାକୁ ଚାହିଁଲେ କାମ କରିପାରିବେ। ଏଥିପାଇଁ ଆପଣମାନଙ୍କୁ ପାରିଶ୍ରମିକ ବି ଦିଆଯିବ।’

ଏହି ଅଫର ପାଇବା ପରେ ସୀମା କିଛି ନିଷ୍ପତ୍ତି ନେବାପାଇଁ ସମୟ ମାଗିଥିବା ଜଣାପଡ଼ିଛି।