ନୋଇଡ଼ା: ପାକିସ୍ତାନରୁ ନିଜ ପ୍ରେମିକ ସଚିନଙ୍କ ପାଇଁ ଭାରତ ଆସିଥିବା ସୀମାଙ୍କୁ ନେଇ ତଦନ୍ତ ଜୋର୍‌ ଧରିଛି। ସେ ଜଣେ ପାକିସ୍ତାନୀ ହୋଇଥିବାରୁ ଉଭୟ ସୀମା ଓ ସଚିନଙ୍କୁ ନାହିଁନଥିବା ପରିସ୍ଥିତି ସାମ୍ନା କରିବାକୁ ପଡୁଛି।

Advertisment

ପ୍ରେମ ଆଗରେ ସବୁ କଷ୍ଟ ତୁଚ୍ଛ କଥାଟି ସତ ପ୍ରମାଣିତ ହୋଇଛି। ପ୍ରେମିକା ସୀମାଙ୍କ ପାଇଁ ଘର ଛାଡ଼ିବାରୁ ନେଇ ବିନା ବିଜୁଳିରେ ରହିବା ଭଳି ପରିସ୍ଥିତିର ସାମ୍ନା କରିଛନ୍ତି ସଚିନ। କେବଳ ସଚିନ କାହିଁକି, ବିଦେଶୀ ବୋହୂଙ୍କ ପାଇଁ ଶଶୁରଘର ଲୋକ ବି ଖୁବ୍ ହଇରାଣ ହଉଛନ୍ତି।

ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରୁ ଜଣାପଡିଛି ଯେ ସଚିନଙ୍କ ପରିବାର ଲୋକ ନିଜ ଘର ଛାଡ଼ି ଏବେ ଅନ୍ୟ ଏକ ଘରେ ରହୁଛନ୍ତି। ଟଙ୍କା ଅଭାବରୁ ଵିଲ୍ ଦେଇ ନପାରିବାରୁ ସଚିନଙ୍କ ଘରୁ ବିଦ୍ୟୁତ୍ କଟିଯାଇଛି। ସେହି କାରଣରୁ ଅନ୍ୟ ଏକ ଘରେ ରହୁଛନ୍ତି ପରିବାର ଲୋକ।

ଏସମସ୍ତ ସମସ୍ୟାରେ ଭାରାକ୍ରାନ୍ତ ହୋଇ ସଚିନଙ୍କ ବାପା ଗଣମାଧ୍ୟମରେ କହିଛନ୍ତି, ‘କେତେ ଦିନ ଆଉ ଆମେ ଏପରି ଅସୁବିଧାରେ ରହିବୁ। ଘରର ରୋଜଗାର ଶୂନ ହୋଇଯାଇଛି। ସୀମା-ସଚିନଙ୍କ କାରଣରୁ ଆମେ କେହି ବାହାରେ ଯାଇ କାମ କରିପାରୁନାହୁଁ। ଲାଗୁଛି ଆଉ କମ୍‌ ଦିନ ମଧ୍ୟରେ ଆମକୁ ଉପାସ ରହିବାକୁ ପଡ଼ିବ। ତେଜରାତି ସାମଗ୍ରୀ କିଣିବାକୁ ବି ଆମ ପାଖରେ ପଇସା ନାହିଁ। ସରକାରଙ୍କୁ ନିବେଦନ କରୁଛୁ ଶୀଘ୍ର ଏ ସମସ୍ୟାର ସମାଧାନ କରନ୍ତୁ।’