ଅନଲାଇନ କ୍ଲାସ କରିବାକୁ ପାହାଡ଼ ଉପରକୁ ଚଢ଼ୁଥିବା ଛାତ୍ରଙ୍କୁ ସାହାଯ୍ୟ କରିବେ ସେହୱାଗ

ଜୟପୁର: ଛାତ୍ରର କଠିନ ପରିଶ୍ରମ ଓ ପାଠ ପଢିବା ପ୍ରତି ନିଷ୍ଠାକୁ ଦେଖି ସାହାଯ୍ୟ କରିବାକୁ ଆଗେଇଆସିଲେ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ | ମିଳିଥିବା ସୂଚନା ମୁତାବକ ରାଜସ୍ଥାନ ଜୟପୁରର ଛାତ୍ର ହରିଶ ଅନଲାଇନ୍ କ୍ଲାସ୍ କରିବାକୁ, ୨ କିଲୋମିଟର ଦୂରରେ ଥିବା ପର୍ବତକୁ ଯାଇ ସକାଳ ୮ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ପାଠ ପଢ଼ିଥାନ୍ତି | କାରଣ ତାଙ୍କ ଗାଁରେ କୌଣସି ମୋବାଇଲ ନେଟୱାର୍କ ନାହିଁ | ଶିକ୍ଷା ପ୍ରତି ଛାତ୍ରଙ୍କ ଏପ୍ରକାରର ଉତ୍ସର୍ଗୀକୃତତାକୁ ଦେଖି ବୀରେନ୍ଦ୍ର ସେହୱାଗ ତାଙ୍କୁ ସାହାଯ୍ୟ କରିବାକୁ ଟ୍ୱିଟ କରିଛନ୍ତି।

କୋଭିଡ -୧୯ ଯୋଗୁଁ ସ୍କୁଲ ବନ୍ଦ ଥିବାବେଳେ ଅନଲାଇନ୍ ଶିକ୍ଷା ଆରମ୍ଭ ହୋଇଛି, କିନ୍ତୁ ଗ୍ରାମାଞ୍ଚଳରେ ଏହା ଏକ ବଡ ଆହ୍ୱାନ ଭାବେ ଉଭା ହୋଇଛି | ରାଜସ୍ଥାନର ବାରମର୍ ଜିଲ୍ଲାର ବାସିନ୍ଦା ହରିଶ ଜିଲ୍ଲା ମୁଖ୍ୟାଳୟଠାରୁ ୨୦ କିଲୋମିଟର ଦୂରରେ ଏକ ଗାଁରେ ରୁହନ୍ତି। ତାଙ୍କର ଅନଲାଇନ୍ କ୍ଲାସ୍ ଚାଲିଥିବାବେଳେ ଗାଁରେ କୌଣସି ମୋବାଇଲ୍ ନେଟୱାର୍କ ଉପଲବ୍ଧ ନାହିଁ | ତେଣୁ, ପ୍ରତିଦିନ ସେ ୨ କିଲୋମିଟର ପର୍ବତ ଉପରକୁ ଚଢି ସକାଳ ୮ଟାରୁ ୧ଟା ପର୍ଯ୍ୟନ୍ତ ୪୦ ରୁ ୪୫ ଡିଗ୍ରି ତାପମାତ୍ରାରେ ଅନଲାଇନ୍ କ୍ଲାସରେ ଯୋଗ ଦେଇଥାନ୍ତି ।


ଯେତେବେଳେ ହରିଶ ଅନଲାଇନ କ୍ଲାସ୍ ପାଇଁ ମୋବାଇଲରେ ଇଣ୍ଟରନେଟ୍ ଅନ୍ କରିଥିଲେ, ସେଠାରେ କୌଣସି ଇଣ୍ଟରନେଟ୍ ସଂଯୋଗ ନଥିଲା | ତେବେ କୌଣସି ପରିସ୍ଥିତିରେ ଅଧ୍ୟୟନ ଛାଡିବେ ନାହିଁ ବୋଲି ହରିଶ ନିଷ୍ପତ୍ତି ନେଇଥିଲେ। ହରିଶ ନିଷ୍ପତ୍ତି ନେଇଥିଲେ ଯେ ସେ ସକାଳୁ ଉଠି ୨ କିଲୋମିଟର ପାହାଡ ଉପରକୁ ଯାଇ ଅନଲାଇନ ଶ୍ରେଣୀରେ ଯୋଗଦେବେ | ଆଉ ହରିଶଙ୍କ ଏଭଳି ପାଠ ପ୍ରତି ନିଷ୍ଠା ଦେଖି ସେହୱାଗ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି |

ସମ୍ବନ୍ଧିତ ଖବର