ବାଂଲାଦେଶରେ ଶେଖ ହସିନାଙ୍କ ବିଜୟରେ ମୋଦି ଖୁସି, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ବାଂଲାଦେଶ ନିର୍ବାଚନରେ ପୁଣି ଥରେ ଶେଖ ହସିନା ନେତୃତ୍ୱାଧୀନ ଆଓ୍ଵାମୀ ଲିଗ୍‌ ବିଜୟୀ ହୋଇଛି । କ୍ରମାଗତ ୩ୟ ଥର ପାଇଁ ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ତେବେ ତାଙ୍କର ଏହି ବିଜୟରେ ଭାରତ ସରକାର ମଧ୍ୟ ବେଶ ଖୁସି ଅଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ହସିନାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ହସିନାଙ୍କ ବିଜୟ ଦ୍ୱାରା ବାଂଲାଦେଶରେ ଗଣତନ୍ତ୍ର ମଝବୁତ ହେବା ସହ ଏହାର ଆହୁରି ବିକାଶ ହେବ ବୋଲି ମୋଦି ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି । ବିଶେଷଜ୍ଞମାନଙ୍କ ମତରେ ବାଂଲାଦେଶରେ ହସିନାଙ୍କ ବିଜୟ ପରୋକ୍ଷରେ ଭାରତ ପାଇଁ ଏକ ବିଜୟ ଓ ଚୀନ-ପାକିସ୍ତାନ ପାଇଁ ପରାଜୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

କାରଣ ଶେଖ ହସିନା ଭାରତ ସପକ୍ଷବାଦୀ ହୋଇଥିବାବେଳେ ବିରୋଧୀ ଦଳ ନେତ୍ରୀ ତଥା ବିଏନପି ପାର୍ଟି ମୁଖ୍ୟ ବେଗମ ଖଲିଦା ଜିଆ ଚୀନ ଓ ପାକିସ୍ତାନ ସମର୍ଥକ ଅଟନ୍ତି । ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କା ପରି ବାଂଲାଦେଶକୁ ମଧ୍ୟ ଚୀନ ନିଜ ହାତମୁଠାରେ ରଖିବାକୁ ଚାହୁଁଛି । ଏଥିପାଇଁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଉଛି । କିନ୍ତୁ ବାଂଲାଦେଶରେ ଶେଖ ହସିନା ଓ ନୂଆଦିଲ୍ଲୀରେ ମୋଦି ସରକାର ଥିବା ପର୍ଯ୍ୟନ୍ତ ଚୀନର ଏହି ଉଦ୍ଦେଶ୍ୟ ସଫଳ ହୋଇପାରୁନାହିଁ ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶେଖ ହସିନା ଇସ୍ଲାମୀୟ କଠୋରପନ୍ଥୀ ଓ ପାକ-ସପକ୍ଷବାଦୀ ଆତଙ୍କବାଦୀଙ୍କୁ ଦମନ କରି ରଖିଛନ୍ତି ।

ସମ୍ବନ୍ଧିତ ଖବର