ବିମାନ ଶୌଚାଳୟରୁ ୧.୨୨କୋଟି ଟଙ୍କାର ସୁନା ଜବତ

ମେଙ୍ଗଲୁରୁ: ଦୁବାଇରୁ ମେଙ୍ଗଲୁରୁ ପହଞ୍ଚି ଥିବା ଏକ ବିମାନର ଶୌଚାଳୟରୁ ୧.୨୨କୋଟି ଟଙ୍କାର ସୁନା ଜବତ ହୋଇଛି।

ସୂଚନାଯୋଗ୍ୟ, ଶନିବାର ସକାଳ ୭.୫୫ରେ ମେଙ୍ଗଲୁରୁରେ ପହଞ୍ଚି ଥିବା ଜେଟ ଏୟାରେଓ୍ଵଜର ଏକ ବିମାନ ଶୌଚାଳୟରୁ ଏକ ଏକ କିଲୋଗ୍ରାମର ତିନିଟି ସୁନାର ବାଡି ଜବତ ହୋଇଛି। ଏହି ସୁନାର ବାଡ଼ି ବିମାନ ଶୌଚାଳୟ ଭିତରେ ଲୁଚାଇ ରଖାଯାଇଥିଲା। ଏଥିସହିତ ଅଧିକାରୀମାନେ ଜଣେ ଯାତ୍ରୀଙ୍କ ଠାରୁ ବି ସାତଲକ୍ଷ ଟଙ୍କାର ଦୁଇଟି ସୁନା ବିସ୍କୁଟ ମଧ୍ୟ ଜବତ କରିଛନ୍ତି। ଏହି ଯାତ୍ରୀ ବି ଉକ୍ତ ବିମାନରେ ଆସିଥିଲା।

ଗିରଫ ହୋଇଥିବା ଏହି ଯାତ୍ରୀଙ୍କୁ ସନ୍ଦେହ ଜନକ ଭାବେ ବୁଲୁଥିବା ଦେଖି ଅଟକ ରଖି ପଚରାଉଚରା ସମୟରେ ତାଙ୍କ ପାଖରେ ୨୨୭ଗ୍ରାମର ଦୁଇଟି ସୁନା ବିସ୍କୁଟ ଥିବା କଥା ଜଣାପଡ଼ିଥିଲା। ଏହା ପରେ ଏହି ସୁନାକୁ ଜବତ କରି ନିଆଯାଇଥିଲା। ବିମାନ ଶୌଚାଳୟରେ ସୁନା ଲୁଚାଇ ରଖିଥିବା ବ୍ୟକ୍ତିଙ୍କର ମଧ୍ୟ ଅନୁସନ୍ଧାନ କରାଯାଉଛି ବୋଲ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର