ଜବତ ହୋଇଥିବା ରେମେଡିସିଭିର ଇଞ୍ଜେକ୍ସନ୍ ଓ ଅକ୍ସିଜେନ ସିଲିଣ୍ଡର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ପୁଲିସ ମୁଖ୍ୟ 

ଲଖନଉ: ଜବତ ହୋଇଥିବା ରେମେଡିସିଭିର ଇଞ୍ଜେକ୍ସନ୍ ଓ ଅକ୍ସିଜେନ ସିଲିଣ୍ଡର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲେ ଉତ୍ତରପ୍ରଦେଶ ଅତିରିକ୍ତ ପୁଲିସ ମୁଖ୍ୟ | ଉତ୍ତରପ୍ରଦେଶର ଏଡିଜି ଆଇନ ପ୍ରଶାନ୍ତ କୁମାର ସମସ୍ତ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ କରୋନା ସମୟରେ କଳାବଜାରୀ ସମୟରେ ଜବତ ହୋଇଥିବା ମେଡିସିନ୍ ଏବଂ ଅମ୍ଳଜାନ ସିଲିଣ୍ଡରକୁ ରୋଗୀଙ୍କ ବ୍ୟବହାର ପାଇଁ ଡାକ୍ତରଖାନାମାନଙ୍କୁ ଯୋଗାଇଦିଆଯାଉ | ପ୍ରଶାନ୍ତ କୁମାର କହିଛନ୍ତି ଯେ ଉତ୍ତରପ୍ରଦେଶ ପୁଲିସ ଏପର୍ଯ୍ୟନ୍ତ ୮୩୯ଟି ରେମେଡିସିଭର୍ ଇଞ୍ଜେକ୍ସନ୍, ୨୪୦ ପିଆଇପି ଟି ୪.୫ ଜିଏମ୍ ଇଞ୍ଜେକ୍ସନ୍, ୩ ଭଏଲସ୍ ଅକ୍ଟାମ୍ରା ଇଞ୍ଜେକ୍ସନ୍, ୧୧୨୫ଟି ଅମ୍ଳଜାନ ସିଲିଣ୍ଡର ଓ ୫୩୧ଟି ଅକ୍ସିମିଟର ଜବତ କରିଛି। ଏହି ସମସ୍ତ ଜିନିଷ ଏବଂ ଔଷଧ କରୋନା ଚିକିତ୍ସାରେ ବ୍ୟବହୃତ ହୁଏ |

ତେଣୁ ଉତ୍ତରପ୍ରଦେଶର କିଛି ସ୍ଥାନରେ କିଛି ବ୍ୟବସାୟୀ କଳାବଜାରୀ କରିବାକୁ ଉଦ୍ଦେଶ୍ୟ ରଖି ଗଛିତ ରଖିଥିଲେ | ଆଉ ପୁଲିସ ପକ୍ଷରୁ ଏସବୁ ଜବତ କରାଯାଇଥିବାବେଳେ ୧୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଆଉ ଏଡିଜି ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ସବୁ ଜୀବନ ରକ୍ଷାକରି ଔଷଧ ଓ ଅମ୍ଳଜାନ ସିଲିଣ୍ଡର ଜବତ କରାଯାଇଛି ତାହାକୁ ଜିଲ୍ଲା ପ୍ରଶାସନ ସହାୟତାରେ ଆବଶ୍ୟକ ଥିବା ସରକାରୀ ହସ୍ପିଟାଲକୁ ଯୋଗାଇ ଦିଆଯାଉ |

उत्तर प्रदेश के एडीजी पुलिस ने कोरोना काल में जब्त दवाओं को लोगों के इस्तेमाल के लिए देने को कहा है.
photo-news 18

ସେହିପରି ଭବିଷ୍ୟତରେ କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି |

ସମ୍ବନ୍ଧିତ ଖବର