ସିବିଆଇ ନିର୍ଦ୍ଦେଶକ ପଦବି ପାଇଁ ଆଜି ବସିବ ଚୟନ କମିଟି ବୈଠକ

ନୂଆଦିଲ୍ଲୀ:ଚଳିତ ମାସ ୩୧ ତାରିଖ ଦିନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ତାଙ୍କ ସ୍ଥାନରେ ନୂତନ ସିବିଆଇ ନିର୍ଦ୍ଦେଶକଙ୍କୁ ଚୟନ କରିବା ପାଇଁ ଆଜି ସନ୍ଧ୍ୟାରେ ଚୟନ କମିଟି ବୈଠକ ବସିବ।
ସୂଚନାଯୋଗ୍ୟ ଯେ , ସିବିଆଇ ନିର୍ଦ୍ଦେଶକ ପରି ଏକ ଗୁରୁତ୍ୱପୂର୍ଣ୍ଣ ପଦବିରେ ଉପଯୁକ୍ତ ବ୍ୟକ୍ତିଙ୍କୁ ଅବସ୍ଥାପିତ କରିବା ପାଇଁ ଏକ ଚୟନ କମିଟି ରହିଛି। ଏହି ଚୟନ କମିଟି ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ। ସିବିଆଇ ନିର୍ଦ୍ଦେଶକ ଆଲୋକବର୍ମାଙ୍କ ମାମଲାରେ ରାୟ ଦେବା ଅବସରରେ ଗତକାଲିି ସୁପ୍ରିମକୋର୍ଟ ଏକ ସପ୍ତାହ ମଧ୍ୟରେ ସିବିଆଇ ନିର୍ଦ୍ଦେଶକ ପାଇଁ ଚୟନ କମିଟି ବୈଠକ ବସାଇବାକୁ କହିଥିଲେ।

ଏ ପରିପ୍ରେକ୍ଷୀରେ ଆଜି ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ଚୟନ କମିଟିର ବୈଠକ ଅନୁଷ୍ଠିତ ହେବ। ତେବେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ୍‌ଗେ ଯୋଗ ଦେଉଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ବଦଳରେ ଜଷ୍ଟିସ ଏ କେ ସିକ୍ରି ଯୋଗ ଦେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର