ଯୁଦ୍ଧାସ୍ତ୍ରରେ ଆତ୍ମନିର୍ଭର ହେବ ଭାରତ; ତେଜସ୍‌ ଯୁଦ୍ଧବିମାନରେ ଲାଗିବ ସ୍ୱଦେଶୀ ଦେଶୀ ରାଡାର୍‌ ‘ଉତ୍ତମ’

ବେଙ୍ଗାଲୁରୁ: ଦେଶର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ୱଦେଶୀ ଉତ୍ପାଦଗୁଡ଼ିକୁ ପ୍ରାଥମିକତା ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ରେ ସାମିଲ ଥିବା ତେଜସ୍‌ ଯୁଦ୍ଧବିମାନଗୁଡ଼ିକରେ ଲାଗିଥିବା ଇସ୍ରାଏଲ ନିର୍ମିତ ବିଦେଶୀ ରାଡାରଗୁଡ଼ିକୁ ବଦଳାଇ ସେହି ସ୍ଥାନରେ ସ୍ୱଦେଶୀ ଉତ୍ତମ ରାଡାର ଲଗାଯିବା ପାଇଁ ନିଷ୍ପତ୍ତି ଗୃହୀତ ହୋଇଛି।

ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ଏପରି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଭାରତୀୟ ବାୟୂୁସେନାରେ କାର୍ଯ୍ୟରତ ଥିବା ୧୨୩ଟି ତେଜସ ଯୁଦ୍ଧବିମାନ ପ୍ରଥମ ଦଫାରେ ୪୦ଟି ବିମାନରେ ଏହି ସ୍ୱଦେଶୀ ଉତ୍ତମ ରାଡାର ଲଗାଯିବ। ପରୀକ୍ଷଣ କାଳରେ ସ୍ୱଦେଶୀ ଉତ୍ତମ ରାଡାର ବିଦେଶୀ ରାଡାର ଅପେକ୍ଷା ଭଲ ପ୍ରଦର୍ଶନ କରିଛ ବୋଲି ଡିଆରଡିଓର ଅଧ୍ୟକ୍ଷ ସତୀଶ ରେଡ୍ଡୀ କହିଛନ୍ତି।

ଅନ୍ୟପକ୍ଷରେ ତେଜସ୍‌ ଯୁଦ୍ଧବିମାନଦ ନିର୍ମାଣ କରୁଥିବା ହାଲ୍‌ର ସିଏମ୍‌ଡି ଆର ମାଧବନ୍‌ କହିଛନ୍ତି: ଉତ୍ତମ ହେଉଛି ଏକ ଅତ୍ୟାଧୁନିକ ରାଡାର ଯାହା ଏକାଧିକ ଟାର୍ଗେଟକୁ ଟ୍ରାକ୍‌ କରିପାରିବ ଏବଂ ସାହାଯ୍ୟ ପାଇଁ ହାଇ-ରିଜୋଲ୍ୟୁସନ୍‌ ଚିତ୍ର ନେଇପାରିବ। ଉତ୍ତମ ରାଡାର ତିନିଟି ମୋଡ୍‌ ପରୀକ୍ଷାରେ ସଫଳ ହୋଇଛି- ଏୟାର-ଟୁ-ଏୟାର, ଏୟାର-ଟୁ-ସମୁଦ୍ର ଏବଂ ଏୟାର-ଟୁ -ଗ୍ରାଉଣ୍ଡ …ଏଥିସହ ଏଥିରେ ଏକ ଚତୁର୍ଥ ମୋଡ୍‌ ମଧ୍ୟ ଅଛି ନାଭିଗେସନ୍‌ ଭୂମି ଏଡାନ୍‌ସ, ପାଣିପାଗ ମୋଡ୍‌।

ସମ୍ବନ୍ଧିତ ଖବର