ଅହମଦାବାଦ: ପୁଣି ଥରେ ବିବାଦରେ ଫସି ଯାଇଛନ୍ତି ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦ। ଶିଶୁ ଅପହରଣ ଭଳି ସଙ୍ଗୀନ୍ ଅଭିଯୋଗ ଲାଗିଛି ବିବାଦୀୟ ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦଙ୍କ ଉପରେ। ଶିଶୁମାନଙ୍କୁ ଅପହରଣ କରିନେଇ ଅଟକ ରଖିବା ଓ ସେମାନଙ୍କୁ ନିୟୋଜିତ କରି ନିଜର ଅନୁଗାମୀ ଓ ଭକ୍ତମାନଙ୍କ ଠାରୁ ବିବାଦୀୟ ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦ ଅର୍ଥ ଆଦାୟ କରୁଥିବା ନେଇ ଅହମ୍ମଦାବାଦ ପୁଲିସ୍ ନିକଟରେ ଏଫ୍ଆଇଆର ଆଗତ ହେବା ପରେ ଏବେ ଏହି ମାମଲାରେ ଫସି ଯାଇଛନ୍ତି ବିବାଦୀୟ ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦ।
/sambad/media/post_attachments/wp-content/uploads/2019/11/nithyananda--300x169.jpg)
ଅହମ୍ମଦାବାଦ ପୁଲିସ୍ ଆଜି ଏହି ଘଟଣାର ତଦନ୍ତ କରି ୪ ଜଣ ଶିଶୁଙ୍କୁ ଅପହରଣ କରିଥିବା ଅଭିଯୋଗରେ ବିବାଦୀୟ ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦଙ୍କ ଦୁଇ ମହିଳା ଶିଷ୍ୟା ସାଧ୍ବୀ ପ୍ରାଣପ୍ରିୟାନନ୍ଦା ଓ ପ୍ରିୟତଭା ରିଧିକିରଣଙ୍କୁ ଆଜି ତାଙ୍କ ଆଶ୍ରମ ମଧ୍ୟରୁ ଗିରଫ କରିଛି। ଏଥିସହ ଏମାନଙ୍କ ଦ୍ବାରା ଅପହରଣ କରାଯାଇ ୪ ଜଣ ଶିଶୁଙ୍କୁ ଏକ ଫ୍ଲାଟ ମଧ୍ୟରେ ବନ୍ଦୀ କରି ରଖା ଯାଇଥିବା ବେଳେ ପୁଲିସ୍ ସେମାନଙ୍କୁ ଉଦ୍ଧାର କରିଛି।