ଶିଶୁ ଅପହରଣ ଅଭିଯୋଗରେ ଫସିଲେ ବିବାଦୀୟ ବାବା ନିତ୍ୟାନନ୍ଦ ସ୍ବାମୀ: ୪ ଅପହୃତ ଶିଶୁ ଉଦ୍ଧାର; ୨ ଶିଷ୍ୟା ଗିରଫ

ଅହମଦାବାଦ: ପୁଣି ଥରେ ବିବାଦରେ ଫସି ଯାଇଛନ୍ତି ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦ। ଶିଶୁ ଅପହରଣ ଭଳି ସଙ୍ଗୀନ୍‌ ଅଭିଯୋଗ ଲାଗିଛି ବିବାଦୀୟ ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦଙ୍କ ଉପରେ। ଶିଶୁମାନଙ୍କୁ ଅପହରଣ କରିନେଇ ଅଟକ ରଖିବା ଓ ସେମାନଙ୍କୁ ନିୟୋଜିତ କରି ନିଜର ଅନୁଗାମୀ ଓ ଭକ୍ତମାନଙ୍କ ଠାରୁ ବିବାଦୀୟ ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦ ଅର୍ଥ ଆଦାୟ କରୁଥିବା ନେଇ ଅହମ୍ମଦାବାଦ ପୁଲିସ୍‌ ନିକଟରେ ଏଫ୍ଆଇଆର ଆଗତ ହେବା ପରେ ଏବେ ଏହି ମାମଲାରେ ଫସି ଯାଇଛନ୍ତି ବିବାଦୀୟ ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦ।

NDTV

ଅହମ୍ମଦାବାଦ ପୁଲିସ୍‌ ଆଜି ଏହି ଘଟଣାର ତଦନ୍ତ କରି ୪ ଜଣ ଶିଶୁଙ୍କୁ ଅପହରଣ କରିଥିବା ଅଭିଯୋଗରେ ବିବାଦୀୟ ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦଙ୍କ ଦୁଇ ମହିଳା ଶିଷ୍ୟା ସାଧ୍ବୀ ପ୍ରାଣପ୍ରିୟାନନ୍ଦା ଓ ପ୍ରିୟତଭା ରିଧିକିରଣଙ୍କୁ ଆଜି ତାଙ୍କ ଆଶ୍ରମ ମଧ୍ୟରୁ ଗିରଫ କରିଛି। ଏଥିସହ ଏମାନଙ୍କ ଦ୍ବାରା ଅପହରଣ କରାଯାଇ ୪ ଜଣ ଶିଶୁଙ୍କୁ ଏକ ଫ୍ଲାଟ ମଧ୍ୟରେ ବନ୍ଦୀ କରି ରଖା ଯାଇଥିବା ବେଳେ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିଛି।

ସମ୍ବନ୍ଧିତ ଖବର