ନୂଆଦିଲ୍ଲୀ: ସେଲ୍ଫି ପାଇଁ ଚାଲିଗଲା ଜୀବନ | ଜଙ୍ଗଲୀ ହାତୀ ସହ ସେଲ୍ଫି ନେବାକୁ ଉଦ୍ୟମ କରୁଥିବା ବେଳେ ଜୀବନ ହରାଇଲେ ଯୁବକ | ମୃତକଙ୍କ ନାମ ଶ୍ରୀକାନ୍ତ ରାମଚନ୍ଦ୍ର ସାତ୍ରେ(୨୩) ବୋଲି ଜଣାପଡିଛି | ମହାରାଷ୍ଟ୍ରର ଗଡଚିରୋଲିରେ ଥିବା ଅବାପୁର ଜଙ୍ଗଲରେ ଏହି ଘଟଣା ଘଟିଛି |
ମିଳିଥିବା ସୂଚନା ମୁତାବକ, ମହାରାଷ୍ଟ୍ରର ଗଡଚିରୋଲିରେ ଥିବା ଅବାପୁର ଜଙ୍ଗଲରେ ହାତୀ ଥିବା ଜାଣି ଦେଖିବା ପାଇଁ ସେଠାରେ ପହଞ୍ଚିଥିଲେ ଶ୍ରୀକାନ୍ତ ରାମଚନ୍ଦ୍ର ସାତ୍ରେ ଓ ତାଙ୍କର ଦୁଇ ବନ୍ଧୁ | ହାତୀକୁ ଦେଖିବା ପରେ ତା ସହ ସେଲ୍ଫି ନେବା ପାଇଁ ଶ୍ରୀକାନ୍ତ ଉଦ୍ୟମ କରୁଥିବା ବେଳେ ହାତୀ ଗୋଡ଼ାଇବା ଆରମ୍ଭ କରିଥିଲା | ଏହା ଦେଖି ଶ୍ରୀକାନ୍ତଙ୍କ ୨ବନ୍ଧୁ ଖସି ପଳାଇଆସିଥିଲେ ବି ସେ ଆସି ପାରିନଥିଲେ | ଏହା ଫଳରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା |
କୁହାଯାଉଛି ଯେ, ଶ୍ରୀକାନ୍ତ ତାଙ୍କର କିଛି ବନ୍ଧୁଙ୍କ ସହ ଗଡଚିରୋଲି ଜିଲ୍ଲାରେ କେବୁଲ ଲଗାଇବା କାମ ପାଇଁ ଆସିଥିଲେ ବୋଲି ଜଣାଯାଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ସେଲ୍ଫି ପାଇଁ ଅନେକ ନିଜର ଜୀବନ ହରାଇଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/10/25/YC6Tsv9osXlNweCFgsOT.jpg)