ଫୋନଟିଏ ଦେଲେ, ସେଲ୍ଫିଟିଏ ଦିଅନ୍ତୁ: ମୋଦୀଙ୍କ ସହ ଫଟୋ ନେଲେ ଦୃଷ୍ଟିହୀନ ଯୁବକ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜକୁ ଦିନିକିଆ ଗସ୍ତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଇ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ହାଇୱେର ଶିଳାନ୍ୟାସ କରିଛନ୍ତି | ପ୍ରଧାନମନ୍ତ୍ରୀ ଏହି ଅବସରରେ ଦିବ୍ୟାଙ୍ଗଙ୍କୁ ମୋବାଇଲ ଫୋନ ମଧ୍ୟ ବଣ୍ଟନ କରିଛନ୍ତି | ତେବେ ଆଜି ସଭାମଞ୍ଚରେ ଏମିତି ଏକ ସୁନ୍ଦର ଘଟଣା ଘଟିଛି ଯାହାର ଭିଡିଓ ସବୁଆଡେ ଭାଇରଲ ହୋଇଛି | ମୋଦୀ ଯେତେବେଳେ ଦୃଷ୍ଟିହୀନମାନଙ୍କୁ ମୋବାଇଲ ଫୋନ ବଣ୍ଟନ କରିଥିଲେ ଜଣେ ଯୁବକ ମୋଦୀଙ୍କ ସହ ସେଲ୍ଫିଟିଏ ନେବାକୁ ଅନୁରୋଧ କରିଥିଲେ |

ମୋଦୀ ମଧ୍ୟ ଯୁବକଙ୍କ ଅନୁରୋଧକୁ ପ୍ରତ୍ୟାଖାନ ନ କରି ରାଜି ହୋଇଯାଇଥିଲେ | ବିବେକ ତ୍ରିପାଠୀ ନାମକ ଏହି ଯୁବକ ଯେତେବେଳେ ମଞ୍ଚକୁ ଆସି ମୋଦୀଙ୍କ ହାତରୁ ଫୋନ ଗ୍ରହଣ କରିଥିଲେ , ସେତେବେଳେ ଛୋଟ ଅନୁରୋଧଟିଏ କରିଥିଲେ |


ସେ କହିଥିଲେ ଯେ ସାର, ଫୋନଟିଏ ଦେଲେ ଆପଣଙ୍କ ସହ ସେଲ୍ଫିଟିଏ ନେବାକୁ ଚାଁହୁଛି | ମୋଦୀ ଖୁସିରେ ତାଙ୍କୁ ହଁ କହିବା ସହ ସେଲ୍ଫି ଦେଇଥିଲେ | ଏହି ଫୋନରେ ଟକ ବ୍ୟାକ ଫିଚର ଦିଆଯାଇଛି ଯାହାକି ଦୃଷ୍ଟିହୀନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ |

ସମ୍ବନ୍ଧିତ ଖବର