ଉତ୍ତରପ୍ରଦେଶ ସ୍କୁଲରେ ଲାଗୁ ହେଲା ନୂଆ ନିୟମ : ଉପସ୍ଥିତି ଜାହିର କରିବା ପାଇଁ ସକାଳ ୮ଟା ପୂର୍ବରୁ ସେଲ୍‌ଫି ନେଇ ଅପ୍‌ଲୋଡ୍‌ କରିବେ ଶିକ୍ଷକ-ଶିକ୍ଷୟିତ୍ରୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରେ ଥିବା ସମସ୍ତ ସରକାରୀ ସ୍କୁଲରେ ଏବେ ନିଜର ଉପସ୍ଥିତି ଜାହିର କରିବା ପାଇଁ ସେଲ୍‌ଫିର ବ୍ୟବସ୍ଥା କରାଯାଇଥିବା ଜଣା ପଡ଼ିଛି । ଶିକ୍ଷକ-ଶିକ୍ଷୟିତ୍ରୀମାନେ ସକାଳ ୮ଟା ପୂର୍ବରୁ ସ୍କୁଲରେ ପହଞ୍ଚି ଶ୍ରେଣୀଗୃହ ଆଗରେ ସେଲ୍‌ଫି ନେବା ସହ ତାହାକୁ ବେଶିକ୍‌ ଶିକ୍ଷା ଅଧିକାରୀ େଓ୍ଵବ୍‌ପେଜ୍‌ରେ ଅପ୍‌ଲୋଡ କରିବେ । ପ୍ରତିଦିନ ସକାଳ ୮ଟାରେ ଏଭଳି କରିବାକୁ ପଡ଼ିବ । ଯଦି କେହି ସମୟ ଭିତରେ ସେଲ୍‌ଫି ଅପ୍‌ଲୋଡ୍‌ କରିବାରେ ବିଫଳ ହୁଏ, ତେବେ ସେମାନଙ୍କର ଗୋଟେ ଦିନର ଦରମା କାଟି ଦିଆଯିବ ।

The Hans India

ବେଶିକ୍‌ ଶିକ୍ଷା ଅଧିକାରୀ ବି.ପି.ସିଂହଙ୍କ କହିବା ଅନୁଯାୟୀ, ସେଲ୍‌ଫି ନେବା ଏବଂ ଏହାକୁ ଯାଞ୍ଚ କରିବାର ପୂରା ପ୍ରକ୍ରିୟା ମୁଖ୍ୟମନ୍ତ୍ରୀ ଏବଂ ବେଶିକ ଶିକ୍ଷାମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହାକୁ କଡ଼ା ଭାବରେ ଲାଗୁ କରାଯାଉଛି । ଗ୍ରୀଷ୍ମ ଛୁଟି ପୂର୍ବରୁ ମେ’ ମାସରେ ଏହି ନିୟମ ଲାଗୁ କରାଯାଇଥିଲା ବୋଲି ଜଣା ପଡ଼ିଛି । ନିୟମ ଲାଗୁ ହେବା ପରେ ପାଖା ପାଖି ୭୦୦ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଗୋଟେ ଦିନର ଦରମା କାଟି ଦିଆଯାଇଥିବା ନେଇ ସୂଚନା ମିଳିଛି । ନିୟମଟି ସଠିକ ଭାବେ କାର୍ଯ୍ୟ କରିବା ପରେ ଏହାକୁ ଅନ୍ୟ ଜିଲ୍ଲାମାନଙ୍କରେ ଲାଗୁ ହେବ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର