ଗୋଟେ ସେଲ୍‌ଫି ପାଇଁ ଆତ୍ମହତ୍ୟା କରିବାକୁ ଯାଇଥିବା ଯୁବକଙ୍କ ବଞ୍ଚିଗଲା ଜୀବନ

ଥିରୁବନନ୍ତପୁରମ : ପୂର୍ବରୁ ଅନେକ ଥର ସେଲ୍‌ଫି ନେବା ସମୟରେ ଜୀବନ ଯିବା ଘଟଣା ସାମ୍ନାକୁ ଆସି ସାରିଛି । ଭଲ ସେଲ୍‌ଫି ନେବା ନିଶାରେ ଲୋକେ ବିଭିନ୍ନ ଦୁର୍ଘଟଣାର ଶିକାର ହୋଇ ନିଜର ଜୀବନ ହରାଇଥାନ୍ତି । କିନ୍ତୁ କେରଳରେ ଏହାର ଠିକ ବିପରୀତ ଘଟଣା ଘଟିଛି । ସେଲ୍‌ଫି ପାଇଁ ଆତ୍ମହତ୍ୟା କରିବାକୁ ଯାଇଥିବା ଯୁବକଙ୍କ ଜୀବନ ବଞ୍ଚି ପାରିଥିବା ଜଣା ପଡ଼ିଛି ।

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର କେରଳର କୋଟ୍ଟାୟମରେ ରହୁଥିବା ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଝଗଡ଼ା କରି ରେଳ ଷ୍ଟେସନକୁ ଆତ୍ମହତ୍ୟା କରିବାକୁ ପହଞ୍ଚିଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ରେଳଧାରଣାରେ ଶୋଇ ଯୁବକଜଣଙ୍କ ସେଲ୍‌ଫି ନେବା ସହ ନିଜ ପତ୍ନୀ ଏବଂ ନିଜର ଜଣେ ବନ୍ଧୁଙ୍କୁ ପଠାଇଥିଲେ । ଫଟୋ ପାଇବା ପରେ ନିଜ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ତାଙ୍କ ପତ୍ନୀ ଏବଂ ପୀଡ଼ିତଙ୍କ ବନ୍ଧୁ ଏକ ସହଜ ବାଟ ବାହାର କରିଥିଲେ । ସେଲ୍‌ଫିରେ ରେଳ ଧାରଣାରେ ଲାଗିଥିବା ହଳଦିଆ ରଙ୍ଗର ମାଇଲଷ୍ଟୋନ ମଧ୍ୟ ନଜର ଆସୁଥିଲା ।

Fun Kids

ମାଇଲଷ୍ଟୋନରେ ଲେଖା ଯାଇଥିବା ନମ୍ବର ସାହାଯ୍ୟରେ ଦୁହେଁ ପୀଡ଼ିତଙ୍କ ଲୋକେସନ ଟ୍ରାକ କରିଥିଲେ । ଫଟୋ ପାଇବା ସମୟରେ ପୀଡ଼ିତଙ୍କ ବନ୍ଧୁ କେରଳ ଏକ୍ସପ୍ରେସରେ ଯାତ୍ରା କରୁଥିବାରୁ ସେ ଲୋକେସନ ଟ୍ରାକ କରି ଟ୍ରେନ ଚାଳକଙ୍କୁ ଗାଡ଼ି ଧୀରେ ଚଳାଇବା ପାଇଁ କହିଥିଲେ । ସେହି ଟ୍ରାକ୍‌ ଦେଇ ଆସୁଥିବା ସମସ୍ତ ଟ୍ରେନକୁ ଏହି ସୂଚନା ଦିଆଯିବା ପରେ ସମସ୍ତେ ସତର୍କ ହୋଇ ଯାଇଥିଲେ । କିଛି ସମୟ ପରେ ପୀଡ଼ିତଙ୍କୁ ଟ୍ରାକ ଉପରେ ଦେଖି ତାଙ୍କ ବନ୍ଧୁ ଟ୍ରେନରୁ ଓହ୍ଲାଇ ଆସିବା ସହ ନିଜ ବନ୍ଧୁଙ୍କୁ ବଞ୍ଚାଇ ପାରିଥିଲେ ।

ସମ୍ବନ୍ଧିତ ଖବର