ରାମେଶ୍ବରମ୍‌: ‘ଚନ୍ଦ୍ରଯାନ-୩’ ନିର୍ମାଣ ସମୟରେ ‘ଇସ୍ରୋ’ ମୁଖ୍ୟାଳୟକୁ ଆସିଥିବା ‘ନାସା’ ବୈଜ୍ଞାନିକଙ୍କ ପ୍ରତିନିଧି ଦଳ ଏତେ ଶସ୍ତାରେ ଭାରତୀୟ ମହାକାଶ ବିଜ୍ଞାନୀମାନେ ବିକଶିତ କରିଥିବା ଉନ୍ନତ ଜ୍ଞାନକୌଶଳ ଦେଖି ଚମତ୍କୃତ ହେବା ସହିତ ଭାରତ ଏହି ଜ୍ଞାନକୌଶଳ ଆମେରିକାକୁ ବିକ୍ରୟ କରୁ ବୋଲି ଇଚ୍ଛାପ୍ରକାଶ କରିଥିବା କଥା ରବିବାର ଦିନ ‘ଇସ୍ରୋ’ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି।

Advertisment

ବିଶିଷ୍ଟ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଅବ୍ଦୁଲ୍‌ କଲାମ୍‌ଙ୍କ ୯୨ତମ ଜନ୍ମଦିନ ପାଳନ ଅବସରରେ ‘ଡକ୍ଟର୍‌ ଏ. ପି. ଜେ. ଅବ୍ଦୁଲ୍‌ କଲାମ୍‌ ଫାଉଣ୍ଡେସନ୍‌’ ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ‘ଇସ୍ରୋ’ମୁଖ୍ୟ ଏସ୍‌. ସୋମନାଥନ୍‌ କହିଲେ, ‘ନାସା’ର ‘ଜେଟ୍‌ ପ୍ରପୁଲସନ୍‌ ଲାବ୍ରଟରି’ରୁ ‘ଇସ୍ରୋ’ ମୁଖ୍ୟାଳୟକୁ ଆସିଥିବା ପ୍ରାୟ ୫/୬ଜଣ ଲୋକଙ୍କୁ ଆମେ ‘ଚନ୍ଦ୍ରଯାନ-୩’ର ଜ୍ଞାନକୌଶଳ ବିଷୟରେ ବୁଝାଇ କହିଥିଲୁ। ସେମାନେ କହିଲେ, ଏ ବିଷୟରେ କିଛି ମନ୍ତବ୍ୟ ଦେବାର ନାହିଁ। ସବୁ ସୁରୁଖୁରୁରେ ସମ୍ପନ୍ନ ହେବ। ସେମାନେ ମଧ୍ୟ କହିଲେ, ବୈଜ୍ଞାନିକ ଉପକରଣ ସବୁ ଦେଖ, ଏଡ଼େ ସୁନ୍ଦର ଆଉ ଏତେ ଶସ୍ତା। ତିଆରି କରିବାକୁ ଖୁବ୍‌ ସହଜ ଓ ଜ୍ଞାନକୌଶଳ ବି ଉନ୍ନତ। ତୁମେ କେମିତି ଏହାକୁ ତିଆରି କଲ? ଏସବୁ ଆମେରିକାକୁ ବିକ୍ରୟ କରୁନା କାହିଁକି?

publive-image Image Courtesy of Times of India

ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରି ସୋମନାଥ କହିଲେ, ସମୟ ବଦଳି ଯାଇଛି। ଆମେ ସର୍ବୋତ୍ତମ ଉପକରଣ, ସର୍ବୋତ୍ତମ ଯନ୍ତ୍ରପାତି ଓ ସର୍ବୋତ୍ତମ ରକେଟ୍‌ ନିର୍ମାଣ କରିବାକୁ ସମର୍ଥ। ସେଇଥିପାଇଁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ ମହାକାଶ କ୍ଷେତ୍ର ଉନ୍ମୁକ୍ତ କରିଛନ୍ତି। ଆମ‌ ଦେଶର ଜ୍ଞାନ ବୁଦ୍ଧିମତା ବିଶ୍ବପ୍ରସିଦ୍ଧ। ଦିନେ ଭାରତ ଅତ୍ୟନ୍ତ ଶକ୍ତିଶାଳୀ ରାଷ୍ଟ୍ର ହେବ। ପ୍ରଯୁକ୍ତିବିଦ୍ୟାରେ ବି ଆମେ ଶକ୍ତିଶାଳୀ ହେବା।