ନୂଆଦିଲ୍ଲୀ : ମଦୁରାଇର ଏକ ମନ୍ଦିରରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସିଛି ବିଚିତ୍ର ପୂଜା ପଦ୍ଧତି। ସେଠାରେ ୭ଜଣ ବାଳିକା ଅର୍ଦ୍ଧ ଉଲଗ୍ନ ରହି ୧୫ଦିନ ଧରି ଦେବୀଙ୍କୁ ପୂଜା କରିଥାନ୍ତି। ଜଣେ ପୁରୁଷ ପୂଜକଙ୍କ ତତ୍ତ୍ୱାବଧାନରେ ରହୁଥିବା ଏହି ବାଳିକାମାନଙ୍କୁ ଗ୍ରାମବାସୀମାନେ ମଧ୍ୟ ଦେବୀଙ୍କ ସହଚରୀ ଠାକୁରାଣୀ ଭାବେ ଗ୍ରହଣ କରି ପୂଜା କରନ୍ତି। କିଛି ଗଣମାଧ୍ୟମ ଓ୍ଵବସାଇଟରେ ଏହି ବାଳିକାମାନଙ୍କ ଭିଡିଓ ଭାଇରାଲ ହେବାପରେ ମଦୁରାଇ ଜିଲ୍ଲାପାଳ ତୁରନ୍ତ ସେମାନଙ୍କ ବକ୍ଷକୁ ପୋଷାକରେ ଆବୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହା ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ତାମିଲନାଡ଼ୁର ମଦୁରାଇ ଜିଲ୍ଲାସ୍ଥିତ ଭେଲାଉରଠାରେ ରହିଛି ୟେଝାଇକାଥା ଅମ୍ମାନ ଦେବୀ ମନ୍ଦିର। ସେଠାରେ ପ୍ରତିବର୍ଷ ଏକ ଉତ୍ସବ ପାଳିତ ହୋଇଆସିଛି। ଏହି ଉତ୍ସବରେ ଅପ୍ରାପ୍ତବୟସ୍କା ବାଳିକାମାନେ ମନ୍ଦିରରେ ୧୫ଦିନ ପୂଜକଙ୍କ ପାଖରେ ରହି ଦେବୀଙ୍କୁ ପୂଜା ଆରାଧନା କରନ୍ତି। ଏହାଦ୍ୱାରା ଦେବୀ ସନ୍ତୁଷ୍ଟ ହୁଅନ୍ତି ଓ ଅଞ୍ଚଳରେ କୌଣସି ବିଘ୍ନ ଘଟେନାହିଁ ବୋଲି ସ୍ଥାନୀୟ ଜନସାଧାରଣଙ୍କ ବିଶ୍ୱାସ ରହିଛି। କୌଣସି ଝିଅ ଏହି ପୂଜା ଅନୁଷ୍ଠାନରେ ଯୋଗଦେବାକୁ ସେମାନଙ୍କ ପରିବାର ପକ୍ଷରୁ ବିଶେଷ ସୌଭାଗ୍ୟ ଭାବେ ବିବେଚନା କରାଯାଇଥାଏ। ଏହି ପରିବାରକୁ ମଧ୍ୟ ଅଞ୍ଚଳବାସୀଙ୍କ ପକ୍ଷରୁ ବହୁ ସମ୍ମାନ ଦିଆଯାଇଥାଏ। ଉତ୍ସବ ପାଳନ ଆରମ୍ଭରେ ଏହି ଅନୁଷ୍ଠାନରେ ଅଂଶଗ୍ରହଣ କରିବାକୁ ଇଚ୍ଛା କରୁଥିବା ବାଳିକାମାନେ ଖୋଲା ବକ୍ଷରେ ଗ୍ରାମବାସୀଙ୍କ ଗହଣରେ ମନ୍ଦିରକୁ ଯାଇଥାନ୍ତି। ସେମାନଙ୍କ ମଧ୍ୟରୁ ପୂଜାପାଇଁ ଉପଯୁକ୍ତ ବାଳିକାମାନଙ୍କୁ ଦେବୀଙ୍କ ପୂଜକଙ୍କ ଦ୍ୱାରା ଚୟନ କରାଯାଇଥାଏ। ଉପଯୁକ୍ତ ବିବେଚିତ ବାଳିକାମାନଙ୍କ ବକ୍ଷଦେଶକୁ କେବଳ ଦେବୀଙ୍କ ଅଳଙ୍କାରରେ ଆଭୂଷିତ କରାଯାଇଥାଏ। ସେମାନେ ମନ୍ଦିରରେ ୧୫ ଦିନ ରହି ଦେବୀଙ୍କୁ ପୂଜା କରନ୍ତି। ଚଳିତ ବର୍ଷ ଏହି ପୂଜାପାଇଁ ୭ଜଣ ବାଳିକାଙ୍କୁ ଚୟନ କରାଯାଇଥିବା ଜଣାପଡ଼ିଛି।
ଅନ୍ଲାଇନରେ ଏହାର ଭିଡିଓ ଭାଇରାଲ ହେବାପରେ ବହୁ ସାମାଜିକ ଅନୁଷ୍ଠାନ ଏହା ବାଳିକା ନିର୍ଯାତନା ବୋଲି କହିଥିଲେ। ମଦୁରାଇ ଜିଲ୍ଲାପାଳ କେ ବୀର ରାଘବ ରାଓ ଏସମ୍ପର୍କରେ ଜାଣିବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ କୁ ଭିତ୍ତିକରି ଜିଲ୍ଲାପାଳ ସଂପୃକ୍ତ ବାଳିକାମାନଙ୍କୁ ପୋଷାକରେ ଆବୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଷାକ ଉପରେ ସେମାନେ ଦେବୀଙ୍କ ଅଳଙ୍କାର ପିନ୍ଧି ପାରବେ ବୋଲି ସେ କହିଛନ୍ତି। ଏହା ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ସେମାନଙ୍କ ପରିବାର ଓ ମନ୍ଦିର କର୍ମକର୍ତ୍ତାମାନଙ୍କୁ କୁହାଯାଇଛି। ଏହା ସ୍ଥାନୀୟ ୬୦ଟି ଗ୍ରାମର ବାସିନ୍ଦାଙ୍କ ମଧ୍ୟରେ ଘୋର ଉତ୍ତେଜନା ଓ ଅସନ୍ତୋଷ ସୃଷ୍ଟି କରିଛି। ଦେବୀଙ୍କ ପୂଜାପାଇଁ ଆବଶ୍ୟକ ସାମଗ୍ରୀ ଧରି ମନ୍ଦିରରେ ଯାଉଥିବା ବାଳିକାମାନଙ୍କ ଫଟୋ ପ୍ରକାଶ କରିଥିବା କିଛି ଗଣମାଧ୍ୟମ ଚ୍ୟାନେଲକୁ ଧମକ ବାର୍ତ୍ତା ମିଳିଥିବା ଅଭିଯୋଗ ହୋଇଛି।
ମଦୁରାଇ ମନ୍ଦିରରେ ପୂଜା ପାଉଛନ୍ତି ଅର୍ଦ୍ଧ ଉଲଗ୍ନ ବାଳିକା
ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପାଇଁ ଉତ୍ତେଜନା ଗଣମାଧ୍ୟମକୁ ଧମକ
/sambad/media/post_attachments/wp-content/uploads/2017/09/nude-girl-in-madurai-temple.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)