ମୁମ୍ବାଇ: ଶିବସେନାର ଉପନେତା ଏବଂ ମୁଖପାତ୍ର ସଞ୍ଜୟ ନିରୁପମ କଂଗ୍ରେସ ଉପରେ ଅଭିଯୋଗ ଆଣିଛନ୍ତି ।  କଂଗ୍ରେସର ନାମ ପରିବର୍ତ୍ତନ କରି ପାକିସ୍ତାନ ନ୍ୟାସନାଲ କଂଗ୍ରେସ ରଖିବାକୁ ଦାବି କରିଛନ୍ତି। ମୁସଲିମ ଭୋଟ ପାଇଁ କଂଗ୍ରେସ ଭାରତ ବିରୋଧୀ ମନୋଭାବ ଗ୍ରହଣ କରୁଛି, ତେଣୁ ପାକିସ୍ତାନୀ ନାଗରିକଙ୍କ ସହିତ କଂଗ୍ରେସ ନେତାମାନଙ୍କୁ ମଧ୍ୟ ପାକିସ୍ତାନ ପଠାଇ ଦିଆଯିବା ଉଚିତ୍। ମଙ୍ଗଳବାର ଦିନ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ନିରୁପମ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଯାଇଥିବା ଭାରତୀୟଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିବା ଏବଂ ଲଜ୍ଜାଜନକ ମନ୍ତବ୍ୟ  ଦେଇଥିବା ଦେଶ ବିରୋଧୀ କଂଗ୍ରେସ ନେତାମାନଙ୍କର ପର୍ଦ୍ଦାଫାସ ହୋଇଛି।

Advertisment

ହାଇଲାଇଟ୍ସ :

ସଞ୍ଜୟ ନିରୁପମ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ କହିଥିଲେ।
କଂଗ୍ରେସ ନେତାଙ୍କୁ  କଡ଼ା ସମାଲୋଚନା କଲେ ନିରୁପମ।
କହିଛନ୍ତି, କଂଗ୍ରେସ ନେତାମାନେ କଟା ଘା’ ଉପରେ ଲୁଣ ଛିଞ୍ଚୁଛନ୍ତି।


ନିରୁପମ କହିଛନ୍ତି ଯେ, ଭାରତୀୟ ନାଗରିକଙ୍କ ମଧ୍ୟରେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାର ଭାବନା ଅଛି କିନ୍ତୁ ସମ୍ବେଦନହୀନ ମନ୍ତବ୍ୟ ଦେଇ କଂଗ୍ରେସ ନେତାମାନେ ପହଲଗାମ ଆକ୍ରମଣର ପୀଡିତଙ୍କ କ୍ଷତ ଉପରେ ଲୁଣ ଛିଞ୍ଚୁଛନ୍ତି । ନିରୁପମ ଆହୁରି କହିଛନ୍ତି, ସର୍ବଦଳୀୟ ନେତାଙ୍କ ବୈଠକରେ କଂଗ୍ରେସ ନେତାମାନେ ପାକିସ୍ତାନ ବିରୁଦ୍ଧରେ ସରକାରଙ୍କ ଭୂମିକାକୁ ପୂର୍ଣ୍ଣ ସମର୍ଥନ କରିଥିଲେ। କିନ୍ତୁ ପହଲଗାମ ଆକ୍ରମଣ ଉପରେ ବିଭିନ୍ନ ରାଜ୍ୟର କଂଗ୍ରେସ ନେତାମାନେ ରାଜନୀତି କରୁଛନ୍ତି।

ଅଧିକ ପଢ଼ନ୍ତୁ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପରେ ଡିଜିଟାଲ ଷ୍ଟ୍ରାଇକ୍ କଲା ଭାରତ: ଖ୍ବାଜା ଆସିଫଙ୍କ 'ଏକ୍ସ' ଆକାଉଣ୍ଟ ବ୍ୟାନ୍, ସାମ୍ବାଦିକଙ୍କ ଉପରେ କଟକଣା

ଆତଙ୍କବାଦୀଙ୍କ ସମର୍ଥନରେ କଂଗ୍ରେସ ନେତାମାନେ ନିରନ୍ତର ଲଜ୍ଜାଜନକ ମନ୍ତବ୍ୟ ଦେଉଛନ୍ତି। ନିରୁପମ କହିଛନ୍ତି, ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯିବା, ସେମାନଙ୍କ ଧର୍ମ ବିଷୟରେ ପଚାରିବା ଏବଂ ତା’ପରେ ଗୁଳି ଚାଳନା କରାଯିବା ଘଟଣାରେ କଂଗ୍ରେସର ଜ୍ୱାଇଁ ରବର୍ଟ ଭଦ୍ରା କହିଥିଲେ ଯେ, ଭାରତରେ ମୁସଲମାନମାନଙ୍କୁ ନମାଜ ପାଠ କରିବାର ଅନୁମତି ନାହିଁ। ରାସ୍ତାରେ ଟ୍ରାଫିକ୍ ଜାମ୍ ଯୋଗୁ ସେମାନଙ୍କୁ ନମାଜ ପାଠ କରିବାରେ ବାଧା ମିଳୁଛି। ଏହି କାରଣରୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏପରି ଏକ ଅଜବ ଏବଂ ଅବାନ୍ତର ବକ୍ତବ୍ୟ ଦିଆଯାଇଛି।

ନିରୁପମ କହିଛନ୍ତି, ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ଆଲୋଚନା ଅଧିବେଶନରେ, ପାକିସ୍ତାନୀ ଲୋକମାନେ ଏହି ଆତଙ୍କବାଦୀ ଆକ୍ରମଣ ଉପରେ ପ୍ରତିକ୍ରିୟା ଦେବା ସହିତ କଂଗ୍ରେସ ସହିତ ଥିବାର ବିବୃତି ଦେଇଛନ୍ତି। କଂଗ୍ରେସର ପାକିସ୍ତାନ ସମର୍ଥକ ଭୂମିକା ଯୋଗୁ ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ କ୍ଲିନ୍ ଚିଟ୍ ମିଳୁଛି। ଏପରି ଦାବି କରି ନିରୁପମ କହିଛନ୍ତି ଯେ, ଯେଉଁ କଂଗ୍ରେସର କାରଣରୁ ଦେଶ ସ୍ୱାଧୀନତା ପାଇଥିଲା ସେହି କଂଗ୍ରେସର ନେତାମାନେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବଂ ଆତଙ୍କବାଦକୁ ସମର୍ଥନ କରି ମନ୍ତବ୍ୟ ଦେଉଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ।

ଅଧିକ ପଢ଼ନ୍ତୁ: ଆମୋଦଦାୟକ ହେବ ଶୈଶବ ଶିକ୍ଷା: ରାଜ୍ୟର ୪୫ ହଜାର ସ୍କୁଲ୍‌କୁ ମିଳିବ 'ଯାଦୁପେଡ଼ି'

 India | pakistan | shiv-sena