ଆତଙ୍କବାଦୀ ହାଫିଜ ସଇଦକୁ ବାହାରକୁ ପଠାଅ, ପାକିସ୍ତାନକୁ କହିଲା ଚୀନ

ଇସ୍ଲାମାବାଦ : କୁଖ୍ୟାତ ଆତଙ୍କବାଦୀ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ନେତା ହାଫିଜ ସଇଦକୁ ପାକିସ୍ଥାନରୁ ବାହାର କରି ମଧ୍ୟଏସିଆର କୌଣସି ଏକ ଦେଶରେ ଅବସ୍ଥାପିତ କରିବାକୁ ପାକିସ୍ତାନ ଉପରେ ଚାପ ପଡୁଛି । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସାରା ବିଶ୍ୱରୁ ଚାପ ବଢୁଥିବାରୁ ଚୀନ ଏହା କରିବାପାଇଁ ପାକିସ୍ତାନକୁ କହିଛି । ଚୀନ ରାଷ୍ଟ୍ରପତି ସି ଜିନ ପିଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ସାହିଦ ଅବାସିଙ୍କୁ କହିଛନ୍ତି ଯେ ହାଫିଜ ସଇଦକୁ ତୁରନ୍ତ ପାକିସ୍ତାନରୁ ବାହାର କରାଯାଉ ଓ ମଧ୍ୟ ଏସିଆର କୌଣସି ଦେଶରେ ତାକୁ ଏକ ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚିବାକୁ ଦିଆଯାଉ । ଏହା ସହିତ ତାହାର ଆତଙ୍କବାଦୀ କ୍ୟାମ୍ପକୁ ବନ୍ଦ କରାଯାଉ । ଆତଙ୍କବାଦର କେନ୍ଦ୍ରସ୍ଥଳୀ ଭାବେ ପାକିସ୍ତାନ ସାରା ବିଶ୍ୱରେ ନାଁ କମାଇଥିବେଳେ ଏହାର ପ୍ରମୁଖ ସହଯୋଗୀ ଚୀନ ମଧ୍ୟ ବଦନାମ ହେଉଛି ।

ଗତ ସପ୍ତାହରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସ୍ୱୀକାର କରିଥିିଲେ ଯେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିଲା । ପାକିସ୍ତାନୀ ଖବରକାଗଜ ଡନକୁ ଏକ ସାକ୍ଷାତକାର ଦେଇ ସେ କହିଥିଲେ ଯେ ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ସଂଖ୍ୟା ବଢିଚାଲିଛି । ଏହି ସଂଗଠନଗୁଡ଼ିକ ହିଁ ମୁମ୍ବାଇ ଆକ୍ରମଣ ପାଇଁ ଦାୟୀ ।

ସମ୍ବନ୍ଧିତ ଖବର