ମହଙ୍ଗା ପଡ଼ିଲା ଭାରତରେ ଥିବା ମୁସଲମାନଙ୍କୁ ପାକିସ୍ତାନ ପଠାଇଦେବାକୁ ଅନୁରୋଧ କରି ମାମଲା ଆଗତ କରିବା: ଖୁବ୍‌ ବର୍ଷିବା ପରେ ମାମଲାକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଭାରତରେ ଥିବା ମୁସଲମାନମାନଙ୍କୁ ପାକିସ୍ତାନକୁ ପଠାଇଦେବାକୁ ଅନୁରୋଧ କରି ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ଏକ ଜନସ୍ୱାର୍ଥ ସମ୍ବଳିତ ମାମଲାକୁ ସୁପ୍ରିମ୍‌ କୋର୍ଟଙ୍କ ଏକ ଖଣ୍ଡପୀଠ ଆଜି (ଶୁକ୍ରବାର) ଖାରଜ କରିଦେବା ସହ ମାମଲା ଆଗତ କରିଥିବା ଆବେଦନକାରୀ ଓ ଆବେଦନକାରୀ ଓକିଲଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି।

ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ରୋହିନ୍‌ଟନ୍‌ ନରିମାନ୍‌ ଓ ଜଷ୍ଟିସ୍‌ ଭିନୀତ ସରଣଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟକୁ ଏହି ମାମଲା ଆଜି ଯେତେବେଳେ ବିଚାର ପାଇଁ ଆସିଲା, ସେତେବେଳେ ଏହାକୁ ଦେଖୁ ଦେଖୁ ଖୁବ୍‌ ରାଗିଗଲେ ଖଣ୍ଡପୀଠ। ଖଣ୍ଡପୀଠର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ରୋହିନ୍‌ଟନ୍‌ ନରିମାନ୍‌ ଆବେଦନକାରୀଙ୍କ ଓକିଲଙ୍କୁ କହିଲେ ତୁମେ ଯେଉଁ ଆବେଦନ କରି ଏହି ଜନସ୍ୱାର୍ଥ ମାମଲାକୁ ଆଗତ କରିଛ ତାହାକୁ ଆଗ ବଡ଼ ପାଟିରେ କୋର୍ଟଙ୍କ ସମ୍ମୁଖରେ ପଢ଼। ଆବେଦନକାରୀଙ୍କ ଓକିଲ ତାଙ୍କ ଆବେଦନକୁ ବଡ଼ ପାଟିରେ ପଢ଼ି ସାରିବା ପରେ ଜଷ୍ଟିସ୍‌ ନରିମାନ୍‌, ‘ତୁମେ କ’ଣ ପ୍ରକୃତରେ ଏ ମାମଲା ଉପରେ ତୁମର ଯୁକ୍ତି ରଖିବାକୁ ଚାହୁଁଛ? ଆମେ ତୁମର ଯୁକ୍ତି ଶୁଣିବୁ ଏବଂ ରାୟରେ ତୁମ ବିରୋଧରେ କଟୁ ଟିପ୍ପଣୀ ଦେବା ସହ ଭର୍ତ୍ସନା ମଧ୍ୟ କରିବୁ।’

ବିଚାରପତିଙ୍କ ଏ କଥା ଶୁଣି ଆବେଦନକାରୀଙ୍କ ଓକିଲ ଜଣକ ନାହିଁ କହିବା ପରେ ମାମଲାକୁ ଆଉ ଆଗକୁ ନନେଇ ଖଣ୍ଡପୀଠ ସେଇଠି ହିଁ ଖାରଜ କରି ଦେଇଥିଲେ। କହିଥିଲେ, ଧର୍ମ ନିରପେକ୍ଷ ରାଷ୍ଟ୍ର ରୂପେ ପରିଚିତ ରାଷ୍ଟ୍ର ଭାରତର ମୋଟ ଜନସଂଖ୍ୟାର ୧୪.୨ ପ୍ରତିଶତ ହେଉଛନ୍ତି ମୁସଲମାନ।

ସମ୍ବନ୍ଧିତ ଖବର