ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧୀ ରାଜନୈତିକ ଦଳଗୁଡ଼ିକୁ ଏକତ୍ରିତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ସୁପ୍ରିମୋ ମମତା ବାନାର୍ଜୀ ଶନିବାର ଦିନ ଯେଉଁ ମେଗା ରାଲିର ଆୟୋଜନ କରିଛନ୍ତି, ସେଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେବେ ନାହିଁ। ପୂର୍ବରୁ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଘୋଷଣା କରି କହିଥିଲେ ଯେ ଲୋକସଭା ନିର୍ବାଚନ ପୂର୍ବରୁ ସେ ଯେଉଁ ରାଲିର ଆୟୋଜନ କରିଛନ୍ତି ତାହା ବିଜେପି ପାଇଁ ମୁତ୍ୟୁ ଘଣ୍ଟି ହେବ ଏବଂ ଆସନ୍ତା ନିର୍ବାଚନରେ ଆଞ୍ଚଳିକ ଦଳଗୁଡ଼ିକ କେନ୍ଦ୍ରରେ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ତେବେ, ମମତାଙ୍କ ଏହି ରାଲିରୁ କଂଗ୍ରେସ ଅଧ୍ୟକ୍ଷ ଶେଷ ମୁହୂର୍ତ୍ତରେ ନିଜକୁ ଓହରାଇ ନେବା ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
/sambad/media/post_attachments/wp-content/uploads/2019/01/Rahul1-1-300x158.jpg)
ତେବେ, ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ନିକଟକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ପତ୍ର ଲେଖି କହିଛନ୍ତି ଯେ ଶନିବାର ଦିନ କୋଲକାତାରେ ବିଜେପି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯେଉଁ ମେଗା ରାଲିର ଆୟୋଜନ ହେଉଛି ସେଥିପ୍ରତି ତାଙ୍କର ପୂର୍ଣ୍ଣ ସମର୍ଥନ ରହିଛି। ବିଜେପି ବିରୋଧରେ ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇ ରହିଛନ୍ତି। ଏଥିପାଇଁ ମୁଁ ମମତା ଦିଦିଙ୍କୁ ଆନ୍ତରିକ ଧନ୍ୟବାଦ ଓ ମୋର ପୂର୍ଣ୍ଣ ସମର୍ଥନ ଜଣାଉଛି। ଆଉ ଏହି ରାଲି ବିଜେପିକୁ ଏକ ବଡ଼ ବାର୍ତ୍ତା ଦେବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/Rahul-1.jpg)